Breaking News

ଅନସ୍କ୍ରିନ୍ ରେ ବଦମାସି ଚରିତ୍ର ରେ ନଜର ଆସୁଥିବା ଅଭିନେତ୍ରୀ ପୂଜା (Lavreena) ଅଫ୍ ସ୍କ୍ରିନ ରେ ଲାଜକୁଳୀ ଝିଅ , ଦେଖିଲେ ବିଶ୍ବାସ କରିବେନି- ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ବ୍ୟତୀତ ଯଦି ଓଡ଼ିଶାର ଲୋକମାନେ ଅନ୍ୟ କିଛି ଦେଖିବାକୁ ପସନ୍ଦ କରନ୍ତି ତାହେଲେ ସେ ହେଉଛି ଓଡ଼ିଆ ଧାରାବାହିକ। ତେବେ ଏହି ଧାରାବାହିକ ଜଗତରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଅଭିନୟ ବଳରେ ଖୁବ୍ କମ୍ ଦିନରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ତେବେ ଓଡ଼ିଶାର ସେହିଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଲାଭରିନ।

ଲାଭରିନ ଙ୍କୁ ତ ଆପଣମାନେ ନିଶ୍ଚୟ ଭାବରେ ଜାଣିଥିବେ! ଯିଏକି ତରଙ୍ଗ ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ ଝିଅ ଆମର ନୁଆବୋହୁ ‘ ରେ ପୂଜା ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଧାରାବାହିକରେ ତାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ଖୁବ୍ କମ୍ ଦିନ ମଧ୍ୟରେ ଅନେକ ଲୋକପ୍ରିୟତା ଆଣି ଦେଇଛି। ଏହା ସହିତ ଧାରାବାହିକ ଟିକୁ ମଧ୍ୟ ଅନେକ ସଫଳତା ଆଣି ଦେଇଛି।

ପରଦା ଉପରେ ସବୁବେଳେ ରାଓଡି ଅନ୍ଦାଜ ରେ ନଜର ଆସୁଥିବା ଲାଭରିନ ବ୍ୟକ୍ତିଗତ ଜୀବନରେ କିନ୍ତୁ ସଂପୂର୍ଣ୍ଣ ନିଆରା। ବ୍ୟକ୍ତିଗତ ଜୀବନରେ ସେ ଜଣେ ସାଧାରଣ ଝିଅ, ଯିଏ ସବୁବେଳେ ମାଜାମସ୍ତି କରେ।
ନିଜର ଅନସ୍କ୍ରିନ୍ ଜୀବନ ବିଷୟରେ ଲାଭରିନ୍ କୁହନ୍ତି, ଝିଅ ଆମର ନୁଆବୋହୁ ‘ ରେ ତାଙ୍କୁ ଦିଆଯାଇଥିବା ପୂଜା ଚରିତ୍ରକୁ ନେଇ ସେ ଖୁବ୍ ଖୁସି ଅଛନ୍ତି।ଧାରାବାହିକରେ ସମସ୍ତେ ରାଜ୍ ରାଜେନ୍ଦ୍ର ଙ୍କୁ ଡରନ୍ତି ହେଲେ ସେ କେବେ ବି ଡରନ୍ତି ନାହିଁ। ଯେତେବେଳେ ସେ ଝିଅ ଥିଲେ ସେତେବେଳେ ବି ଚରିତ୍ରରେ ସେ ମଜା ମସ୍ତି କରୁଥିଲେ। ଆଉ ଏବେ ବୋହୂ ହେବା ପରେ ବି ସେ ନିଜ ଚରିତ୍ରକୁ ନେଇ ଖୁବ୍ ଖୁସି ଅଛନ୍ତି।

ତେବେ ସୂଚନା ଯୋଗ୍ୟ ଯେ, ଲାଭରିନଙ୍କ ପ୍ରକୃତ ଘର ଯାଜପୁର ଜିଲ୍ଲା ରେ। ସେ ଫକୀର ମୋହନ କଲେଜରୁ ନିଜର ଗ୍ରାଜୁଏସନ କମ୍ପ୍ଲିଟ କରିଛନ୍ତି। ଏହାପରେ ସେ ମୁମ୍ବାଇ ଯାଇ ସେଠାରେ ୨ ବର୍ଷ ପର୍ଯ୍ୟନ୍ତ ଜଣେ ମଡେଲ ଭାବରେ କାମ କରିସାରିଛନ୍ତି।
ଏତଦବ୍ୟତୀତ ତାଙ୍କର ଏକ କାଷ୍ଟିଙ୍ଗ କମ୍ପାନୀ ମଧ୍ୟ ରହିଛି ଯାହାଦ୍ୱାରା ସେ ଓଡ଼ିଶାର ଯୁବକ ଯୁବତୀ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରି ରେ ପାଦ ଦେବାର ସୁଯୋଗ ଦେଇଥାନ୍ତି।

ଯେତେବେଳେ ଝିଅ ଆମର ନୂଆ ବୋହୁ ସିରିଏଲ୍ ରେ ଲିଡ ଭୂମିକାରେ ଅଭିନୟ ପାଇଁ ତାଙ୍କ କମ୍ପାନୀକୁ ପିଲା ମଗା ଯାଇଥିଲା ସେତେବେଳେ ସେ ନିଜେ ଏହି ସିରିଏଲ୍ ପାଇଁ ଅଡିସନ୍ ଦେଇଥିଲେ ଓ ପ୍ରଥମ ଥରରେ ଜର୍ଜ ମାନଙ୍କୁ ଇମ୍ପ୍ରେସ କରିଥିଲେ। ବର୍ତ୍ତମାନ ଏହି ଧାରାବାହିକଟି ତାଙ୍କୁ ଓଡ଼ିଶାରେ ଏକ ଭିନ୍ନ ପରିଚୟ ଦେଇଛି ।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *