ଦେଶ ଅର୍ଥନୀତି କୁ ତଳିତଳାନ୍ତ କରିଦେବ ମାଗଣା ବଣ୍ଟନ ଯୋଜନା। ବିଭିନ୍ନ ରାଜ୍ୟ ସରକାର ଘୋଷଣା କରିଥିବା ମାଗଣା ବଣ୍ଟନ ଯୋଜନା ଦେଶର ଅର୍ଥନୀତି କୁ ସଂକଟ ଆଡ଼କୁ ନେଇଯିବ। ଏମିତିକି ଆଗକୁ ଦେଶରେ ଶ୍ରୀଲଙ୍କା ଭଳି ଆର୍ଥିକ ସଂକଟ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ। ନିକଟରେ ଆୟୋଜିତ ସବୁ ବିଭାଗର ସଚିବ ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ବେଳେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏଭଳି ତଥ୍ୟ ଦେଇଛନ୍ତି।
ଗତ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଦେଶରେ କରୋନା ମହାମାରୀ ର ପ୍ରକୋପ କାରଣରୁ ଦେଶର ଅର୍ଥନୀତି ଏକ ପ୍ରକାର ଦୋହଲି ଯାଇଛି। ଦିନକୁ ଦିନ ପ୍ରତିଟି ଦ୍ରବ୍ୟ ର ଦର ଆକାଶ ଛୁଆଁ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ସାଧାରଣ ଲୋକଟିଏ ଚଳିବା କଷ୍ଟ ସାଧ୍ୟ ହେଲାଣି। ଆଗକୁ ସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଏ ସବୁ ପରିସ୍ଥିତି ର ଅନୁଧ୍ୟାନ କରିବା ପାଇଁ ନିକଟରେ ପ୍ରଧାନମନ୍ତ୍ରୀ ସବୁ ବିଭାଗର ସଚିବ ଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ସବୁ ବିଭାଗର ସଚିବ ମାନେ ନିଜ ନିଜର ମତ ରଖିଥିଲେ।
ତେବେ କିଛି ସଚିବ ମାନଙ୍କ କହିବାନୁଯାୟୀ , ବର୍ତ୍ତମାନ ସମୟରେ ରାଜ୍ୟ ଗୁଡ଼ିକର ଆର୍ଥିକ ଅବସ୍ଥା ଭଲ ନଥିବା ସମୟରେ ନିର୍ବାଚନ ପୂର୍ବରୁ ବା ପରେ ରାଜ୍ୟ ସରକାର ମାନେ ସାଧାରଣ ଲୋକ ମାନଙ୍କ ପାଇଁ ଲୋଭନୀୟ ମାଗଣା ବଣ୍ଟନ ସ୍କିମ ଘୋଷଣା କରୁଛନ୍ତି ଯାହାକି ଭାରତ ଅର୍ଥନୀତି ପାଇଁ ଆଦୌ ମଙ୍ଗଳକାରି ନୁହେଁ ବୋଲି ଏହି ବୈଠକରେ କିଛି ସଚିବ ପ୍ରଧାନମନ୍ତ୍ରୀ ଙ୍କୁ କହିଛନ୍ତି।
ଗତ ରବିବାର ଦିନ ଦୀର୍ଘ ୪ ଘଣ୍ଟା ଧରି ଜାରି ରହିଥିବା ଏହି ବୈଠକରେ ସରକାରଙ୍କ କେଉଁ ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନି ଓ ଏହାକୁ କିଭଳି ଭାବରେ ସହଜରେ ଲୋକ ମାନଙ୍କ ପାଖରେ ପହଞ୍ଚା ଯାଇପାରିବ ସେ ବିଷୟରେ ସଚିବ ଓ ପ୍ରଧାନମନ୍ତ୍ରୀ ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଭିନ୍ନ ଭିନ୍ନ ବିଭାଗର ସଚିବ ହୋଇଥିଲେ ବି ସମସ୍ତେ ଭାରତ ସରକାରଙ୍କ ସଚିବ ଓ ସମସ୍ତେ ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରିବା ପାଇଁ ବୈଠକରେ ଉପସ୍ଥିତ ସମସ୍ତ ସଚିବଙ୍କୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।