ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ଜଡ଼ିତ ଅଛନ୍ତି। ତେବେ ଏହି ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଯାହା ମଧ୍ୟରୁ ଅନେକ ଭିଡିଓ ଲୋକ ମାନଙ୍କୁ ହସର ଖୋରାକ ଯୋଗାଇଥାଏ। ନିକଟରେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହେବା ସହିତ ହସି ହସି ବେଦମ୍ ହୋଇଯିବେ। ମଦ ନିଶାରେ ଚୁର୍ ହୋଇ କନ୍ୟା ବଦଳରେ ନିଜ ଶାଶୁଙ୍କ ବେକରେ ଫୁଲମାଳ ପକାଇଦେଲା ବର। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ପୂର୍ବ ନିର୍ଦ୍ଧାରିତ ତାରିଖ ଦିନ ବିବାହ ଲାଗି ବରଯାତ୍ରୀ ଧରି ବରପକ୍ଷ କନ୍ୟା ଘରେ ପହଞ୍ଚିଥିଲେ। ବାଜା ବାଣ ରୋଷଣିରେ ଦୁଲୁକୁଥିଲା ସାହି।ବାଜାର ତାଳେ ତାଳେ ନାଚୁଥିଲେ ବରଯାତ୍ରୀ। କନ୍ୟା ଘର ପାଖରେ ପହଞ୍ଚିବା ପରେ ଅତି ଧୁମ୍ ଧାମ ର ସହ କନିଆ ଘର ଲୋକ ବରଯାତ୍ରୀ ମାନଙ୍କୁ ଭିତରକୁ ପାଛୋଟି ନେଇଥିଲେ।ହେଲେ ବେଦୀ ଉପରେ ବର ପହଞ୍ଚିବା ପରେ ଯାହା ଘଟିଥିଲା ତାହା ଦେଖି ଉପସ୍ଥିତ ସମସ୍ତ ଲୋକ ତାଜୁକ ହୋଇଯାଇଥିଲେ। କାରଣ ବେଦୀ ପାଖରେ ପହଞ୍ଚିଲା ବେଳେ ବରର ହୋସ ନଥିଲା।
ବିବାହ କରିବାକୁ ଆସିଥିବା ଯୁବକଙ୍କୁ ଘାରିଥିଲା ନାଲି ପାଣି ନିଶା। ପରମ୍ପରା ମୁତାବକ ବେଦିରେ ପହଞ୍ଚିବା ପରେ ହୋଇଥାଏ ବରଣମାଳା ରିତିନୀତି। ବର କନ୍ୟ ଉଭୟ ପରସ୍ପରକୁ ବରଣମାଳା ପିନ୍ଧାଇଥା’ନ୍ତି। ଏଠାରେ ବି ସେମିତି କିଛି ହେବାର ବନ୍ଦୋବସ୍ତ ହୋଇଥିଲା। ହାତରେ ବରଣମାଳା ଧରି ବରକୁ ଅପେକ୍ଷା କରିଥିଲେ କନିଆଁ।
ହେଲେ ମଦ ନିଶାରେ ଟଳମଳ ବର କନିଆଁକୁ ଛାଡି ଶାଶୁଙ୍କ ବେକରେ ବରଣମଳା ପକାଇଦେଉଥିଲେ। ଠିକ୍ ଏତିକି ବେଳେ ଶାଶୁ ଜ୍ୱାଇଁର ହାତକୁ ଠେଲି ଦେଇଥିଲେ। ଏହାପରେ ବରଣମାଳା ଧରି କନିଆଁ ପାଖରେ ପହଞ୍ଚିଥିଲେ ବର। କନିଆଁ ବେକରେ ମାଳ ପିନ୍ଧାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମଦ ନିଶା ମୁଣ୍ଡକୁ ଏତେ ଚଢ଼ିଥିଲା ଯେ, ବେଦି ଉପରେ ସମସ୍ତଙ୍କ ସାମ୍ନାରେ ତଳେ ଗଳି ପଡିଥିଲେ ବର।
ବରର ଏଭଳି କାର୍ଯ୍ୟକୁ ଦେଖି ଘଟଣା ସ୍ଥଳରେ ଥିବା ସମସ୍ତ ଲୋକ ହସି ହସି ବେଦମ୍ ହେଇଥିଲେ। ଘଟଣା ସ୍ଥଳର ଥିବା କେହି ଜଣେ ଲୋକ ଏହି ପୂରା ଦୃଶ୍ୟକୁ ରେକର୍ଡ କରି ନିଜ ଇନଷ୍ଟାଗ୍ରାମ୍ରେ ଅପଲୋଡ୍ କରିଛନ୍ତି।ଯାହାକି ଏବେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।ତେବେ ଏହି ଘଟଣାଟି କେଉଁଠି ଘଟିଥିଲା ଏବଂ ବର ତଥା କନ୍ୟାଙ୍କ ତଥ୍ୟ ସମ୍ପର୍କରେ ଭିଡିଓରେ କୌଣସି ସୂଚନା ଦିଆଯାଇ ନାହିଁ।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।