ସମାଜରେ ଥିବା ପ୍ରତ୍ୟେକ ଲୋକ ଚାହାଁନ୍ତି ନିଜ ପାଇଁ ଏକ ପକ୍କା ଘରଟିଏ ତୋଳିବାକୁ। ହେଲେ ଗରିବ ଶ୍ରେଣୀର ଲୋକ ମାନଙ୍କର ଏହି ସ୍ବପ୍ନ ଅଧିକାଂଶ ସମୟରେ ସ୍ବପ୍ନ ହୋଇ ରହିଯାଏ। ହେଲେ ଗ୍ରାମୀଣ ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକ ମାନଙ୍କର ଏହି ସ୍ବପ୍ନକୁ ପୁରା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା ଏକ ଯୋଜନା ପ୍ରସ୍ତୁତ କରାଯାଇଛି।
ଏହି ଯୋଜନାର ନାଆଁ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏହି ଯୋଜନା ଦ୍ଵାରା ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ବାସ କରୁଥିବା ଗରିବ ତଥା ବସ୍ତିବାସିନ୍ଦାଙ୍କୁ ମାଗଣା ବାସଗୃହ ଯୋଗାଇ ଦିଆଯାଉଛି। ୨୦୧୫ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଯୋଡ଼ି ହୋଇ ଅନେକ ଗରିବ ଲୋକ ନିଜ ପାଇଁ ବାସଗୃହ ଟିଏ କରିବାକୁ ସକ୍ଷମ ହୋଇଛନ୍ତି।
ତେବେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ମନୋନୀତ ହୋଇଥିବା ହିତାଧିକାରୀ ମାନଙ୍କୁ ନିକଟରେ ୱାର୍କଅଡର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଆମ ରାଜ୍ୟର ସୋନପୁର ଜିଲ୍ଲାର ବିନିକା ଏନଏସି କମ୍ୟୁନିଟି ହଲରେ ୧୨ଟି ୱାର୍ଡର ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ନିକଟରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସଂଯୋଜନା ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଷ ବଣ୍ଟନ କରିଛନ୍ତି।
ମନ୍ତ୍ରୀ ଙ୍କ ସହ ଏହି କାର୍ଯ୍ୟକ୍ରମରେ ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ , ୧୨ଟି ୱାର୍ଡର କାଉନସିଲର , ଏନଏସି ର ସମସ୍ତ କର୍ମଚାରୀ ଏବଂ ହିତାଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ଆଗକୁ ଏହି ଯୋଜନା କେଉଁଭଳି ଭାବରେ କାର୍ଯ୍ୟକାରୀ ହେବ ଓ କିଭଳି ଭାବରେ ଅନ୍ୟ ଗରିବ ଅସହାୟ ଲୋକ ଏହି ଯୋଜନାରେ ସାମିଲ ହୋଇପାରିବେ ଏଥିପାଇଁ ମଧ୍ୟ ଆଲୋଚନା କରାଯାଇଥିଲା।
ତେବେ ନିକଟରେ ସୋନପୁର ଜିଲ୍ଲାର ୧୨ଟି ୱାର୍ଡର ୫୪୭ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଷ ବଣ୍ଟନ କରାଯାଇଛି। ହେଲେ ଅନ୍ୟ ସବୁ ଜିଲ୍ଲା ଗୁଡ଼ିକର ହିତାଧିକାରୀ ମାନଙ୍କୁ କେବେ ଏହି କାର୍ଯ୍ୟାଦେଷ ମିଳିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ। ହେଲେ ଖୁବ୍ ଶୀଘ୍ର ଅନ୍ୟ ଜିଲ୍ଲା ଗୁଡିକର ହିତାଧିକାରୀ ମାନଙ୍କ ତାଲିକା ପ୍ରକାଶ ପାଇବ ବୋଲି ଚର୍ଚ୍ଚା ହେଉଛି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।