ଆପଣ ମାନେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ତାରିଣୀ ଆଖିର ତାରା କୁ ତ ନିଶ୍ଚୟ ଭାବରେ ଦେଖିଥିବେ। ବର୍ତ୍ତମାନ ଓଡ଼ିଶାର ଏହା ଏକ ଲୋକପ୍ରିୟ ଧାରାବାହିକ। ଖୁବ୍ କମ୍ ଦିନ ମଧ୍ୟରେ ଏହି ଧାରାବାହିକ ଅନେକ ସଫଳତା ହାସଲ କରିଛି। ଏହି ଧାରାବାହିକ ଭଳି ଏହାର ପ୍ରଥମ ଭାଗ ତାରାତାରିଣୀ ଧାରାବାହିକ ଟି ମଧ୍ୟ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା। ପ୍ରଥମ ଭାଗର ଏଭଳି ଲୋକପ୍ରିୟତା ଦେଖି ବର୍ତ୍ତମାନ ଏହାର ଦ୍ଵିତୀୟ ଭାଗ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଛି।
ତେବେ ତାରାତାରିଣୀ ଧାରାବାହିକ ରେ ଜଣେ ଶିଶୁ କଳାକାର ଭାବରେ ନଜର ଆସୁଥିବା ନେହା ଙ୍କୁ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ। ଏହି ଅଭିନେତ୍ରୀ ଜଣକ ପ୍ରକୃତ ନାଁ ହେଉଛି ସୁସନ୍ଧ୍ୟା। ପରଦା ଉପରେ ତାଙ୍କ ଜବରଦସ୍ତ ଅଭିନୟ ମଧ୍ୟ ସମସ୍ତେ ଦେଖିବାକୁ ପାଇଥିବେ। ନିଜର ସୁନ୍ଦର ଅଭିନୟ ପାଇଁ ସୁସନ୍ଧ୍ୟା ଓଡ଼ିଶାରେ ଅନେକ ଲୋକପ୍ରିୟତା ହାସଲ କରିବା ସହିତ ଅନେକ ଗୁଡ଼ିଏ ପୁରସ୍କାର ମଧ୍ୟ ପାଇଛନ୍ତି।
ତେବେ ତାରାତାରିଣୀ ଧାରାବାହିକ ଟି ସରିବା ପରେ ବର୍ତ୍ତମାନ ପାଇଁ ନେହା ଅଭିନୟ ଠାରୁ ଦୂରେଇ ଯାଇଛନ୍ତି। ଯଦିଓ ଦର୍ଶକ ମାନେ ତାଙ୍କୁ ବର୍ତ୍ତମାନ ପାଇଁ ଟିଭି ପରଦା ଉପରେ ଦେଖିବାକୁ ପାଉନାହାନ୍ତି ହେଲେ ସୋସିଆଲ ମିଡିଆରେ ନେହା ଖୁବ୍ ସକ୍ରିୟ ଅଛନ୍ତି। ସେ ଅନେକ ସମୟରେ ସୋସିଆଲ ମିଡିଆରେ ନିଜ ବ୍ୟକ୍ତିଗତ ଜୀବନର ଫଟୋ ଓ ଭିଡିଓ ସେୟାର କରି ଚର୍ଚ୍ଚାରେ ରହି ଆସିଛନ୍ତି।
ତେବେ ନିକଟରେ ଅର୍ଥାତ୍ ଏପ୍ରିଲ୍ ୧ ତାରିଖ ଦିନ ନେହା ନିଜ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି ଯାହା ଦେଖିଲେ ଜଣାପଡୁଛି ନିକଟରେ ନେହା ଲୁଚି ଛପି ହାତକୁ ଦୁଇ ହାତ ହୋଇଛନ୍ତି। ଏହି ଫଟୋ କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା। ଏତେ କମ୍ ବୟସରୁ ନେହା କଣ ପାଇଁ ବିବାହ କଲେ ସେଥିପାଇଁ ଲୋକଙ୍କ ମନରେ ଅନେକ କଥା ଚାଲିଛି।
ହେଲେ ପ୍ରକୃତ ଘଟଣା ଟି ହେଉଛି, ନେହା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ବରଂ ଏପ୍ରିଲ୍ ୧ ତାରିଖ ଦିନ କନିଆ ବେଶରେ ଫଟୋ ପୋଷ୍ଟ କରି ସେ ନିଜର ପ୍ରଶଂସକ ଓ ସାଙ୍ଗ ସାଥି ମାନଙ୍କୁ ଏପ୍ରିଲ୍ ଫୁଲ କରିଛନ୍ତି। ଫଟୋ ଗୁଡିକୁ ଦେଖି ପ୍ରଥମେ ସମସ୍ତେ ଆଶ୍ଚର୍ୟ୍ଯ ହୋଇଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସତ ଜାଣିବା ପରେ ସମସ୍ତେ ଆଶ୍ୱସ୍ତି ହୋଇଥିଲେ ।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।