ବେଶ୍ କିଛି ମାସ ହେବ ସାଂସଦ ଅନୁଭଵ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଘରୋଇ ବିବାଦ ମାମଲା ଓଡ଼ିଶାର ଚର୍ଚ୍ଚାର ବିଷୟ ପାଲଟିଛି। କେବଳ କୋର୍ଟ କଚେରି ପର୍ଯ୍ୟନ୍ତ ଏହି କଥା ସୀମିତ ନାହିଁ ବରଂ ସୋସିଆଲ ମିଡିଆରେ ଅନେକ ସମୟରେ ଦୁହେଁ ଦୁହିଁଙ୍କୁ ଆକ୍ଷେପ ପ୍ରତ୍ୟାକ୍ଷେପ କରିଆସୁଛନ୍ତି। କିନ୍ତୁ ଏବେ ଓଡ଼ିଆ ମାନଙ୍କର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଇଁ ଦୁହିଁଙ୍କ ସ୍ଵର ଏକ ହୋଇଛି।
ଶ୍ରୀମନ୍ଦିର ଐତିହ କରିଡ଼ର ପ୍ରସଙ୍ଗ ଲୋକସଭା ବୈଠକରେ ଉଠିବା ପରେ ସାଂସଦ ପିନାକୀ ମିଶ୍ର ଯେଉଁ ବକ୍ତବ୍ୟ ଦେଇଥିଲେ ତାହାକୁ ଦୁହେଁ ସମର୍ଥନ କରିଛନ୍ତି। ଯାହାକୁ ନେଇ ଏବେ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କେହି କେହି କହୁଛନ୍ତି ପ୍ରଭୁ ଜଗନ୍ନାଥଙ୍କ ପାଇଁ ବର୍ଷା ଓ ଅନୁଭଵ ଏକ ହୋଇଛନ୍ତି।
ନିକଟରେ ଶ୍ରୀମନ୍ଦିର ଚାରିପଟେ ବେଆଇନ ଭାବରେ ଖନନ କାର୍ଯ୍ୟ କରାଯାଉଛି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂସଦ ରେ କହିଥିଲେ। ଏହି ବେଆଇନ ଭାବରେ ଖନନ ଦ୍ଵାରା ଆଗକୁ ବିଶ୍ୱ ବିଖ୍ୟାତ ଶ୍ରୀମନ୍ଦିର ଉପରକୁ ବିପଦ ଆସିପାରେ ବୋଲି ସେ କହିଥିଲେ।
ହେଲେ ଏହାର ଉତ୍ତରରେ ଶ୍ରୀମନ୍ଦିର ସୁରକ୍ଷା କରିଡ଼ର ଭିତରେ କେବଳ ୪ ଟି ଟଏଲେଟ ନିର୍ମାଣ କରିବା ଉଦ୍ଦେଶ୍ୟ ରେ ଏହି ଖନନ କରାଯାଉଥିବା ନେଇ ସାଂସଦ ପିନାକୀ ମିଶ୍ର ଲୋକସଭାରେ କହିଥିଲେ। ସେ କହିଥିଲେ, ପୁରୀ ବୁଲିବାକୁ ଆସୁଥିବା ମହିଳା ଯାତ୍ରୀ ମାନେ ଟଏଲେଟ କୁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯେହେତୁ ଶ୍ରୀମନ୍ଦିର ପାର୍ଶ୍ଵ ଅଞ୍ଚଳରେ ଟଏଲେଟ ଟିଏ ନାହିଁ ତେଣୁ ହଜାର ହଜାର ଯାତ୍ରୀ ଏଥିପାଇଁ ହନ୍ତସନ୍ତ ହେଉଛନ୍ତି। ଏ ସବୁକୁ ଦୃଷ୍ଟିରେ ରଖି ମହିଳା ମାନଙ୍କ ସୁବିଧା ପାଇଁ ଏହି ଟଏଲେଟ ନିର୍ମାଣ ଆରମ୍ଭ କରାଯାଇଛି।
ତେବେ ପିନାକୀ ମିଶ୍ର ଲୋକସଭାରେ ଐତିହ କରିଡ଼ର ପ୍ରସଙ୍ଗକୁ ନେଇ ଏଭଳି ଉତ୍ତର ଦେଉଥିବା ସମୟରେ ସାଂସଦ ଅନୁଭଵ ମହାନ୍ତି ୟେସ ୟେସ କହି ଟେବୁଲ୍ ବାଡେଇ ଜୋରଦାର ସମର୍ଥନ କରିଥିଲେ। ସେତେବେଳେ ଅନୁଭଵଙ୍କ ଏଭଳି ସମର୍ଥନ କୁ ନେଇ ଚର୍ଚ୍ଚା ହୋଇଥିଲା।ତେବେ ଏହି ଘଟଣାର ମାତ୍ର କିଛି ଦିନ ପରେ ଅନୁଭବଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଟୁଇଟ କରି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଥିଲେ। ମନ୍ଦିର କରିଡ଼ର ଭିତରେ ଭକ୍ତଙ୍କ ପାଇଁ ହେଉଥିବା ସୁବିଧାକୁ ବିରୋଧ ନକରାଯାଉ ବୋଲି ସେ କହିଥିଲେ।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।