Breaking News

ଅଭିନୟ ଛାଡ଼ିବା ପରେ ଏବେ ଏମିତି ରହୁଛନ୍ତି ଅନୁଭବ(Anubhav) ଙ୍କ ପ୍ରଥମ ଅଭିନେତ୍ରୀ ନମ୍ରତା ଥାପା(Namrata Thapa) , ଏବେ ଏମିତି ଅବସ୍ଥା…

ଆମ ଓଡିଆ ସିନେମା ଇଣ୍ଡଷ୍ଟ୍ରି ରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅଣଓଡ଼ିଆ ହୋଇ ମଧ୍ୟ ଓଡ଼ିଶାକୁ ଆସି ନିଜର ଅଭିନୟ ବଳରେ ଓଡ଼ିଆ ସିନେମା ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ଜଣେ ଅଭିନେତ୍ରୀ ଥିଲେ ନମ୍ରତା ଥାପା। ଅଭିନୟ ଦୁନିଆର ସେ ଥିଲେ ଜଣେ ଜଣାଶୁଣା ଅଭିନେତ୍ରୀ। ନିଜର ଅଭିନୟ ଯାଦୁରେ ସେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ରେ ହିଁ ଓଡ଼ିଶାର ଲୋକ ମାନଙ୍କୁ ନିଜର ଫ୍ୟାନ କରିଦେଇଥିଲେ।


ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ଆଇ ଲଭ୍ ୟୁ। ଯେଉଁଥିରେ ସେ ଅନୁଭବଙ୍କ ସହ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସିଥିଲେ। ୨୦୦୪ ମସିହାରେ ରିଲିଜ୍ ହୋଇଥିବା ଏହି ଚଳଚ୍ଚିତ୍ରଟି ତାଙ୍କୁ ଅନେକ ସଫଳତା ଆଣି ଦେଇଥିଲା। ସେ ସମୟରେ ଏହି ସିନେମାଟି ସୁପରହିଟ ହୋଇଥିଲା। ଏହାପରେ ସେ ପରେ ତୋ’ ପାଇଁ, ପ୍ରେମ ଋତୁ ଆସିଲାରେ, ରସିକ ନାଗର, ମୁଁ ତତେ ଲଭ୍ କରୁଛି, ମିତରେ ମିତ ଭଳି କଥାଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ।


୧୯୮୬ ମସିହାରେ ଦିଲ୍ଲୀ ଠାରେ ଜନ୍ମିତ ନମ୍ରତା କେବଳ ମାତ୍ର ୧୮ ବର୍ଷ ବୟସରେ ନିଜର ଅଭିନୟ ଜୀବନ ଆରମ୍ଭ କରିଦେଇଥିଲେ। କେବଳ ଓଡ଼ିଆ ସିନେମା ରେ ନୁହେଁ ବରଂ ବଙ୍ଗାଳୀ ସିନେମା ଜଗତରେ ମଧ୍ୟ ସେ ନିଜର ଅଭିନୟର ଯାଦୁ ଦେଖାଇ ସାରିଛନ୍ତି। ଓଡ଼ିଆ ଓ ବଙ୍ଗଳା ବ୍ୟତୀତ ନମ୍ରତା ଅନେକ ହିନ୍ଦୀ ଧାରାବାହିକ, ହିନ୍ଦୀ ଚଳଚ୍ଚିତ୍ର ଓ ଭୋଜପୁରୀ ଚଳଚ୍ଚିତ୍ର ରେ ମଧ୍ୟ ଅଭିନୟ କରିଛନ୍ତି।
ତାଙ୍କ ଅଭିନୀତ କିଛି ଲୋକପ୍ରିୟ ହିନ୍ଦୀ ଧାରାବାହିକ ହେଉଛି, ସ୍ତ୍ରୀ ତେରି କାହାନୀ‌, ‌ନାଗିନ୍‌, ‌କୁଛ୍ ଅପନ୍ କୁଛ୍ ପରାୟେ‌, ‌କ‌ହିଁ ତୋ ହୋଗା‌, ଝିଲ୍‌ମିଲ୍ ସୀତାରୋ କା ଆଙ୍ଗନ୍ ହୋଗା ଏବଂ ୟାହାଁ ମେଁ ଘର ଘର ଖେଲି‌ ଇତ୍ୟାଦି।

ତେବେ ବିବାହ ଠାରୁ ନମ୍ରତା ବର୍ତ୍ତମାନ ଓଡ଼ିଆ ସିନେମା ଜଗତରୁ ଦୂରେଇ ଯାଇଛନ୍ତି। ବର୍ତ୍ତମାନ ସେ ନିଜ ସ୍ଵାମୀଙ୍କ ସହ ମୁମ୍ବାଇରେ ରହୁଛନ୍ତି। ହେଲେ ଖୁବ୍ ଶୀଘ୍ର ଓଡ଼ିଶାର ଲୋକ ମାନେ ତାଙ୍କୁ ତରଙ୍ଗ ଟିଭିରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ଶୋ ‘ଦାଦାଗିରି ହୃଦୟରୁ’ ମଞ୍ଚରେ ଦେଖିବାକୁ ପାଇବେ। ଏହି ମଞ୍ଚ ଉପରେ ନମ୍ରତା ଙ୍କ ସହ ଶୋ ର ଉପସ୍ଥାପକ ଅନୁଭଵ ମହାନ୍ତି ମଧ୍ୟ ଏକା ସାଙ୍ଗରେ ନଜର ଆସିବେ।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *