Breaking News

ସିନ୍ଦୂରର ଅଧିକାର ଧାରାବାହିକ ର ଅଭିନେତ୍ରୀ ଦାମିନୀ(Damini)ଙ୍କ ପୁରା ପରିବାର , ଆଗରୁ କେବେ ଦେଖି ନଥିବେ …..

ଓଡ଼ିଆ ସିନେମା ବ୍ୟତୀତ ଯଦି ଓଡ଼ିଶାର ଲୋକମାନେ ଅନ୍ୟ କିଛି ଦେଖିବାକୁ ପସନ୍ଦ କରନ୍ତି ତାହେଲେ ସେ ହେଉଛି ଓଡ଼ିଆ ଧାରାବାହିକ। ତେବେ ଆପଣ ମାନେ ଓଡ଼ିଶାର ଲୋକପ୍ରିୟ ଓଡ଼ିଆ ଚାନେଲ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ସିନ୍ଦୁରର ଅଧିକାର ତ ନିଶ୍ଚୟ ଭାବରେ ଦେଖିଥିବେ। ବର୍ତ୍ତମାନ ଓଡ଼ିଶାର ଘରେ ଘରେ ଏହି ଧାରାବାହିକ କୁ ନେଇ ଚର୍ଚ୍ଚା। ଖୁବ୍ କମ୍ ଦିନ ମଧ୍ୟରେ ଏହି ଧାରାବାହିକ ଟି ଅନେକ ଲୋକପ୍ରିୟତା ହାସଲ କରିପାରିଛି।


ତେବେ ଆପଣ ମାନେ ଏହି ଧାରାବାହିକରେ ନେଗେଟିଭ ଭୂମିକାରେ ଅଭିନୟ କରୁଥିବା ଦାମିନି ଙ୍କୁ ମଧ୍ୟ ନିଶ୍ଚୟ ଭାବରେ ଜାଣିଥିବେ। ନିଜର ଜବରଦସ୍ତ ଅଭିନୟ ପାଇଁ ଆଜି ସେ ଓଡ଼ିଶାର ଘରେ ଘରେ ପରିଚିତ। ଦାମିନିଙ୍କ ଅଭିନୟ ତ ପରଦା ଉପରେ ସମସ୍ତେ ଦେଖିବାକୁ ପାଉଥିବେ ହେଲେ ଖୁବ୍ କମ୍ ଲୋକ ଜାଣିଛନ୍ତି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ।


ତେବେ କହିରଖୁଛୁ, ଦାମିନୀ ଙ୍କ ପ୍ରକୃତ ନାଁ ହେଉଛି ଚୁନିରିୟା। ଭଞ୍ଜନଗର ଗଞ୍ଜାମ ଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ଛୋଟ ବେଳୁ ତାଙ୍କର ଅଭିନୟ ପ୍ରତି ଖୁବ୍ ରୁଚି ଥିଲା। ତେଣୁ ସେ ପାଠ ପଢିବା ସହିତ ନିଜର ଅଭିନୟ ଜାରି ରଖିଥିଲେ। ତେବେ ୨୦୦୮ ମସିହାରେ ସେ ପ୍ରଥମ କରି ଅଭିନୟ ଦୁନିଆରେ ପାଦ ଦେଇଥିଲେ। ଏପର୍ଯ୍ୟନ୍ତ ସେ ଅନେକ ସିନେମା ଓ ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି। ନିଜର ଜବରଦସ୍ତ ଅଭିନୟ ପାଇଁ ସେ ଅନେକ ଗୁଡ଼ିଏ ପୁରସ୍କାର ମଧ୍ୟ ପାଇଛନ୍ତି।


ତେବେ ଚୁନିରିୟାଙ୍କ ପରିବାର ବିଷୟରେ କହିବାକୁ ଗଲେ, ଇଏ ହେଉଛନ୍ତି ଚୁନିରିୟାଙ୍କ ବାପା, ଯିଏକି ଜଣେ ଆର୍ମି ଅଫିସର ଓ ତାଙ୍କ ମା ଜଣେ ଗୃହିଣୀ। ୨୦୧୬ ମସିହାରେ ଚୁନିରିୟା ପ୍ରେମ ବିବାହ କରିଥିଲେ। ତାଙ୍କ ସ୍ଵାମୀ ମଧ୍ୟ ଜଣେ ଅଭିନେତା। ଯିଏ କି ଅନେକ ଗୁଡ଼ିଏ ଧାରାବାହିକରେ ନଜର ଆସିଛନ୍ତି।


ସେହିଭଳି ଚୁନିରିୟାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ଯାହାଙ୍କ ନାଁ ହେଉଛି ଅନ୍ସ। ଚୁନିରିୟା ବର୍ତ୍ତମାନ ନିଜ ସ୍ବାମୀ ଓ ଛୋଟ ପୁଅ ଅନ୍ସ ଙ୍କୁ ନେଇ ଖୁବ୍ ଖୁସି ଅଛନ୍ତି। ତେବେ ଆଗକୁ ମଧ୍ୟ ଚୁନିରିୟା ଏହିଭଳି ଭାବରେ ନିଜର ଅଭିନୟ ଜାରି ରଖିବେ ବୋଲି କହିଛନ୍ତି।ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *