Breaking News

“ପେଗ ବଢ଼େଇ ଦେ “ଗୀତରେ ଅଭିନେତ୍ରୀ ଉଷାସୀ (Usasi Mishra)ଙ୍କ ଧମାକାଦାର ଡ୍ୟାନ୍ସ , ଦେଖିଲେ ଆପଣ ବି ହସି ହସି ବେଦମ ହେବେ … -ଦେଖନ୍ତୁ ଭିଡି

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନବେ ଦଶକରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡ଼ିଆ ଦର୍ଶକ ମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇ ଆସୁଛନ୍ତି। ନିଜର ଅଭିନୟର ଯାଦୁରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି। ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସେହିଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଉଷସୀ ମିଶ୍ର। ଉଷସୀ ମିଶ୍ର ଙ୍କୁ କିଏ ବା ନଜାଣେ!

ନିଜର ଜବରଦସ୍ତ ଅଭିନୟ ଦ୍ଵାରା ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନବେ ଦଶକରେ ସେ ଅନେକ ଗୁଡ଼ିଏ ସିନେମାରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ କାମ କରି ପ୍ରଶଂସା ସାଉଁଟିଛନ୍ତି। କେବଳ ସିନେମା ନୁହେଁ, ଉଷସୀ ଅନେକ ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରି ସାରିଛନ୍ତି।


୧୯୯୬ ମସିହାରେ ଯଶୋଦା ଚଳଚ୍ଚିତ୍ର ମାଧ୍ୟମରେ ଉଷସୀ ନିଜ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। ସେବେ ଠାରୁ ଆରମ୍ଭ କରି ଅଦ୍ୟାବଧି ସେ ୩୦ ରୁ ଉର୍ଦ୍ଧ୍ବ ଓଡ଼ିଆ ଚଳଚ୍ଚିତ୍ର ରେ କାମ କରି ସାରିଛନ୍ତି। କେବଳ ଓଡ଼ିଆ ନୁହେଁ, ବଙ୍ଗଳା ସିନେମାର ମଧ୍ୟ ଉଷସୀ ମିଶ୍ର ଥିଲେ ଜଣେ ଜଣାଶୁଣା ଅଭିନେତ୍ରୀ। ବର୍ତ୍ତମାନ ପାଇଁ ଉଷସୀ ଓଡ଼ିଆ ଧାରାବାହିକରେ ଅଭିନୟ କରୁଛନ୍ତି।


ତେବେ ଅଭିନୟ ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ଉଷସୀ ଖୁବ୍ ସକ୍ରିୟ ରୁହନ୍ତି। ଅନେକ ସମୟରେ ସୋସିଆଲ ମିଡିଆରେ ସେ ଅନେକ ଭିନ୍ନ ଧରଣର ଭିଡିଓ ପୋଷ୍ଟ କରିଥାନ୍ତି। ତେବେ ନିକଟରେ ଉଷସୀ ନିଜ ସୋସିଆଲ ମିଡିଆ ସାଇଟ ରେ ସେହିଭଳି ଏକ ମଜାଳିଆ ଭିଡିଓ ପୋଷ୍ଟ କରିଛନ୍ତି। ଯାହା ଲୋକ ମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଉଛି।


ଏହି ଭିଡିଓ ରେ ଦେଖିବାକୁ ମିଳିଛି, ଉଷସୀ ନିକଟରେ ରିଲିଜ୍ ହୋଇଥିବା ଓଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମ୍ ପମ୍ ଙ୍କର ଏକ ମଜାଦାର ଗୀତରେ ଜବରଦସ୍ତ ଡାନ୍ସ୍ କରୁଛନ୍ତି। ଏହି ଗୀତଟିର ନାଁ ହେଉଛି ‘ପେଗ୍ ବଢେଇ ଦେ’। ଗୀତରେ ତାଳେ ତାଳେ ଉଷସୀ ହାତରେ ଏକ ବିତୋଲ ଧରି ନାଚୁଥିବା ଦେଖିବାକୁ ମିଳିଛି।


ତେବେ ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଉଷସୀ ଙ୍କର ଏହି ନିଆରା ନାଚ ଭିଡିଓ ଟି ଅନେକ ଲୋକଙ୍କୁ ପସନ୍ଦ ଆସିଛି। ଯାହା ପରେ ଲୋକ ମାନେ ଏହାକୁ ଲାଇକ ଦେବା ସହିତ ଅନେକ ମାତ୍ରାରେ ସେୟାର କରୁଛନ୍ତି।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *