ଆମ ଓଡିଆ ସିନେମା ଇଣ୍ଡଷ୍ଟ୍ରି ରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅଣଓଡ଼ିଆ ହୋଇ ମଧ୍ୟ ଓଡ଼ିଶାକୁ ଆସି ନିଜର ଅଭିନୟ ବଳରେ ଓଡ଼ିଆ ସିନେମା ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗଧାଡିର ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଅନ୍ୟତମ।
ଅଭିନେତ୍ରୀ ଝିଲିକଙ୍କୁ ତ ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ। ସେ ଏଭଳି ଜଣେ ଅଭିନେତ୍ରୀ ଯିଏକି ନିଜର ଦମଦାର ଅଭିନୟ ଓ ସୋନ୍ଦର୍ଯ୍ୟ ବଳରେ ଓଡ଼ିଆ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି। ଝିଲିକ ୨୦୧୩ ମସିହାରୁ ଓଲିଉଡ ଇଣ୍ଡଷ୍ଟ୍ରି ରେ ସକ୍ରିୟ ଅଛନ୍ତି। ଆଜି ପର୍ଯ୍ୟନ୍ତ ସେ କରିଥିବା ସବୁ ଚଳଚ୍ଚିତ୍ର ପ୍ରାୟତଃ ହିଟ୍ ହୋଇଛି। ସବୁଠୁ ବଡ଼ କଥା ହେଉଛି ଝିଲିକ ଓଡ଼ିଶାରୁ ହିଁ ନିଜର ଜୀବନ ସାଥିଙ୍କୁ ବାଛିଛନ୍ତି।
ଯେପରିକି ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ ଅଭିନେତ୍ରୀ ଝିଲିକ ଗତ ବର୍ଷ ତଳେ ଅର୍ଥାତ୍ ୨୦୨୦ ମସିହାରେ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କୁ ବିବାହ କରିଥିଲେ। ତେବେ ବିବାହର ଦୁଇ ବର୍ଷ ପରେ ଝିଲୀକ୍ ବର୍ତ୍ତମାନ ନିଜର ଫ୍ୟାନ୍ସ ମାନଙ୍କୁ ଏକ ବଡ଼ ଖୁସିର ଖବର ଦେଇଛନ୍ତି। ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଝିଲିକ୍।
ନିକଟରେ ତାଙ୍କର ସାତ ଖିଆ ଅନୁଷ୍ଠିତ ହୋଇଛି , ଏହି ଖୁସିର ଦିନରେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ କଳାକାର ଝିଲିକ୍ ଙ୍କ ଘରକୁ ଯାଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟା ଚୌଧୁରୀ , ଅଭିନେତା ଦେବାଶିଷ ଙ୍କ ସହିତ ଆହୁରି ଅନେକ କଳାକାର ମାନଙ୍କୁ ଝିଲିକ ଙ୍କ ଘରେ ଦେଖିବାକୁ ମିଳିଥିଲା। ପିଠା ପଣା ,ନାଚ ଗୀତର ଆସର ଭିତରେ ସମସ୍ତେ ମଜି ଯାଇଥିଲେ।
ସମସ୍ତେ ମିଶି ଝିଲିକଙ୍କୁ ନିଜ ହାତରେ ବିଭିନ୍ନ ପ୍ରକାର ଖାଦ୍ୟ ସବୁ ଖୁଆଇ ଦେଇଥିଲେ। ତେବେ ଏହି ସୁନ୍ଦର ଦିନରେ ଝିଲିକ୍ ବେଶ୍ ଖୁସି ଥିବା ନଜର ଆସିଥିଲେ। ତେବେ ଝିଲିକ୍ ମା ହେବାକୁ ଯାଉଥିବା ଜାଣି ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କଳାକାର ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଝିଲିକ୍ ଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।