Breaking News

ବାବା ଧବଳେଶ୍ଵର ଙ୍କ ଦାନ ଥାଳରୁ ଚୋରି କରୁଛନ୍ତି ମହିଳା ଭକ୍ତ !! ସିସିଟିଭି ରେ କଏଦ ହେଲା ଦୃଶ୍ୟ – ଦେଖନ୍ତୁ ଭିଡିଓ

ଆଜିକାଲିର ଡିଜିଟାଲ ଯୁଗରେ ପ୍ରାୟ ସବୁ ଲୋକ ସୋସିଆଲ ମିଡ଼ିଆ ସହ ଜଡ଼ିତ ଅଛନ୍ତି। ସମାଜରେ କେଉଁଠି କିଛି ଭିନ୍ନ ଧରଣର ଘଟଣା ଘଟୁ ନା କାହିଁକି ତାହା ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ନିକଟରେ ସୋସିଆଲ ମିଡିଆରେ ସେହିଭଳି ଏକ ଦୃଶ୍ୟ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ।

ଆମ ସମାଜରେ ଦିନକୁ ଦିନ ଚୋରି ଡକାୟତି ଭଳି ଅପରାଧ ବଢ଼ି ବଢ଼ି ଚାଲିଛି। ଏହାକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ପ୍ରତିଦିନ କେହି ନା କେହି ବ୍ୟକ୍ତି ଚୋରି କିମ୍ବା ଡକାୟତି ର ଶିକାର ହେଉଛନ୍ତି। ହେଲେ ଶୁଣିଲେ ଆଶ୍ଚର୍ୟ୍ଯ ହେବେ ଆଜିକାଲିର ଚୋର ମାନେ ମଣିଷ ତ ମଣିଷ ଭଗବାନଙ୍କ ଜିନିଷ ବି ଚୋରାଇବାକୁ ପଛାଉ ନାହାନ୍ତି। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଏହାର ଏକ ଜ୍ୱଳନ୍ତ ଉଦାହରଣ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ମହିଳା ଭକ୍ତ ବେଶରେ ମନ୍ଦିର ଭିତରକୁ ଆସି ହାତ ଯୋଡ଼ି ପ୍ରଭୁଙ୍କୁ ପ୍ରଣାମ କରୁଛନ୍ତି। ହେଲେ ଏହି ସମୟରେ ତାଙ୍କର ନଜର ପଡୁଛି ଆଗରେ ଥୁଆ ହୋଇଥିବା ଦାନ ଥାଳ ଉପରେ। ଏହା ଦେଖି ସେ ନିଜର ଲୋଭ ସମ୍ଭାଳି ପାରୁନାହାନ୍ତି। କିଛି ସମୟ ଆଖପାଖକୁ ଦେଖିବା ପରେ କେହି ନଥିବାର ସୁଯୋଗ ନେଇ ଠାକୁର ଙ୍କୁ ଜୁହାର କରିବା ବାହାନାରେ ଲୁଚାଇ କରି ଥାଳରେ ଥିବା ଟଙ୍କା ରୁ ସେ ଦୁଇ ମୁଠା ଆଣି ନିଜ ପାଖରେ ରଖି ଦେଉଛନ୍ତି। ଆଉ ଟଙ୍କା ଚୋରି କରିବା ପରେ ସେ ଚୁପ୍ ଚାପ୍ ସେଠାରୁ ଚାଲି ଯାଉଛନ୍ତି।

ତେବେ ଏଭଳି ଏକ ନୀଚ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାବା ଧବଳେଶ୍ଵର ଙ୍କ ମନ୍ଦିର ଭିତରେ। ଏହି ପୂରା ଘଟଣାର ଦୃଶ୍ୟ ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି। ଯାହାଦ୍ୱାରା ମହିଳା ଜଣକର ଏହି ନିଚ କାମ ସର୍ବ ସମ୍ମୁଖକୁ ଆସି ପାରିଛି। ସିସିଟିଭି ଯାଞ୍ଚ ସମୟରେ ମନ୍ଦିର ପୂଜକ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ କିଏ ଓ ସେ କଣ ପାଇଁ ଭଗବାନ ଙ୍କ ଥାଳ ରୁ ଟଙ୍କା ଚୋରିକଲେ ତାହା ଯଦିଓ ଜଣାପଡିନାହିଁ ହେଲେ ତାଙ୍କର ଏଭଳି କାମକୁ ଲୋକମାନେ ନିନ୍ଦା କରୁଛନ୍ତି।ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *