Breaking News

ଜେଜେମା ଙ୍କୁ ଆଲିଙ୍ଗନ କଲା, ମୁଣ୍ଡ ଆଉଁସି ଦେଇ ପେଟ ଉପରେ ବସିଲା ହନୁ,ଦେଖିଲେ ହୋଇଯିବେ ତାଜୁବ – ଦେଖନ୍ତୁ

ଆଜି କାଲିର ଦୁନିଆରେ ଯେତେବେଳେ ମଣିଷ ମାନେ ମାନବିକତା ଭୁଲି ପଶୁ ଭଳି ବ୍ଯବହାର କରୁଛନ୍ତି ସେତେବେଳେ କଥା କହି ପାରୁନଥିବା ପଶୁ ଟିଏ ବୁଝୁଛି ମଣିଷର ସ୍ନେହ ଓ ପ୍ରେମର ମୂଲ୍ୟ। ବୁଝି ବିଚାରି ପାରୁନଥିବା ପଶୁଟି ମଣିଷକୁ ନିଜର ଭାବି ତାକୁ ଆଲିଙ୍ଗନ କରୁଛି । ଆଉ ସତେ ଯେପରି ସେ ମଣିଷ ମାନଙ୍କୁ ଶିକ୍ଷା ଦେଉଛି ରକ୍ତ ସମ୍ପର୍କ ନଥାଇ ମଧ୍ୟ କିଭଳି ପ୍ରେମ କରାଯାଏ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ,ଯାହା ଦେଖିଲେ ଆପଣ ବୁଝିପାରିବେ ସତରେ ପଶୁ ଟିଏ ହେଲେ ବି ତାର ବି ହୃଦୟ ଅଛି।

ଆଜିକାଲିର ଦୁନିଆରେ ଯେଉଁଠି ମଣିଷ ନିଜର ମଣିଷ ପଣିଆ ଭୁଲି ନିରୀହ ପଶୁ ମାନଙ୍କୁ ଆଘାତ ଦେଉଛି ସେଠି ପଶୁ , ମଣିଷକୁ ନିଜର ଭାବି ସ୍ନେହ ଦେଉଛି। ତେବେ ଭାଇରାଲ ହେଉଥିବା ଭିଡିଓଟି ଗୁଜୁରାଟର ଏକ ଗ୍ରାମର ଘଟଣା । ଜଣକ ଘରେ ଜନୈକ ୯୦ ବର୍ଷୀୟ ବୟସ୍କ ବୃଦ୍ଧା ଖଟ ଉପରେ ଶୋଇଥିବା ବେଳେ ହଠାତ୍ ଘର ଭିତରକୁ ପଶି ଆସିଥିଲା ଏକ ହନୁ ମାଙ୍କଡ। ପ୍ରଥମେ ବୃଦ୍ଧା ଜଣକ ଏହା ଦେଖି ଖୁବ୍ ଡରି ଯାଇଥିଲେ। ହେଲେ ମାଙ୍କଡଟି କିଛି କାହାର କିଛି କ୍ଷତି ନକରି ବୃଦ୍ଧା ଜଣକ ପାଖରେ ସେମିତି ବସି ରହିଥିଲା ।

ଆଉ କିଛି ସମୟ ବିତିବା ପରେ ସେ ବୃଦ୍ଧା ଜଣକ ପେଟ ଉପରେ ବସି ରହି ସେମିତି ତାଙ୍କ ମୁହଁକୁ ଚାହିଁ ରହିଲା। ଏହା ଦେଖି ବୃଦ୍ଧା ଜଣକ ହନୁ ଟିର ପିଠିକୁ ଆଉଁସି ଦେଇଥିଲେ। ଆଉ ବାସ୍ ଏତିକି ପରେ ହନୁ ମଧ୍ୟ ବୃଦ୍ଧା ଜଣକ ମୁଣ୍ଡକୁ ଆଉଁସି ଦେଇଥିଲା। ଆଉ ଆଲିଙ୍ଗନ କରି ବୃଦ୍ଧା ଜଣକ ମୁହଁ ଓ ବେକକୁ ଗେଲ କରି ପକାଇଲା। ହନୁଟି ବୃଦ୍ଧା ଜଣକୁ ଏଭଳି ସ୍ନେହ କରୁଥିଲା ଯେପରି ବୃଦ୍ଧା ଜଣକ ତାର ମାଆ।

ହନୁ ମାଙ୍କଡଟି ପ୍ରାୟ ଅଧଘଣ୍ଟା ଧରି ସେହି ଘରେ ସେମିତି ବସି ରହିଲା। ବୃଦ୍ଧାଙ୍କ ବୋହୂ ଏହି ଦୃଶ୍ୟ ଦେଖି ଖୁବ୍ ଖୁସି ହୋଇଗଲେ ଆଉ ପରିବାର ସଦସ୍ୟଙ୍କୁ ନ ଡରିବା ପାଇଁ କହିଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ,ବୃଦ୍ଧାଙ୍କ ନାତି ନାତୁଣୀ ହନୁଟିକୁ ବିସ୍କୁଟ, ଫଳମୂଳ ଓ ପନିପରିବା ଆଦି ଖାଇବାକୁ ଦେଇଥିଲେ ମଧ୍ୟ ତାହା ସେ ଖାଇନଥିଲା। ଆଉ ଅଧଘଣ୍ଟା ପରେ ସେ ସେଠାରୁ ଚାଲି ଯାଇଥିଲା। ତେବେ ଏହି ଦୃଶ୍ୟକୁ ବୃଦ୍ଧାଙ୍କ ନାତି ନାତୁଣୀ ନିଜ ମୋବାଇଲ୍ ଫୋନରେ ରେକର୍ଡ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *