ମା ଟିଏ ଦଶ ମାସ ଦଶ ଦିନ କାଳ ଗର୍ଭରେ ରଖି ନିଜ ଶିଶୁ କୁ ଜନ୍ମ ଦେଇଥାଏ। ଅନେକ ଦୁଃଖ କଷ୍ଟ ସତ୍ତ୍ବେ ପାଳି ପୋଷି ତାକୁ ବଡ କରିଥାଏ। ହେଲେ ସେହି ମଣିଷ ବଡ଼ ହୋଇ ଭୁଲିଯାଏ ମା ର ସେ ସବୁ କଷ୍ଟ। ବୃଦ୍ଧା ଅବସ୍ଥାରେ ସେହି ମା ତା ପାଇଁ ହୋଇଯାଏ ଅଲୋଡ଼ା ଅଖୋଜା। ଏମିତି କି ସାମାନ୍ୟ ସମ୍ପତି ବିବାଦ ପାଇଁ ସେହି ମଣିଷ ନିଜ ମା ଟିକୁ ମାରିବାକୁ ମଧ୍ୟ ପଛାଏ ନାହିଁ।
ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ଦେଖିଲେ ଯେ କେହି ବି ଆଶ୍ଚର୍ୟ୍ଯ ଚକିତ ହୋଇଯିବେ। କାରଣ ସାମାନ୍ୟ ଜମିବାଡି ବିବାଦକୁ ନେଇ ବ-ର୍ବ-ର-ତାର ସମସ୍ତ ସୀମା ଟପିଗଲେ ଜନ୍ମକଲା ପୁଅ , ବୋହୂ। ବଞ୍ଚିଥିବା ଅବସ୍ଥାରେ ନିଜର ଜନ୍ମଦାତ୍ରୀ ମା କୁ ଇଟାରେ ପୋତିଦେଲେ। ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ।
ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ, ମଙ୍ଗଳପୁର ଥାନା ଅନ୍ତର୍ଗତ ଦତ୍ତପୁର ଗାଁ ର ୭୦ ବର୍ଷୀୟା ବିଧବା ବୃଦ୍ଧା ମଖି ବେହେରା। ମଖି ବେହେରାଙ୍କ ୪ ପୁଅ ଥିବା ସତ୍ତ୍ୱେ ବୃଦ୍ଧା ମା ଟିକୁ ପାଖରେ ରଖି ମୁଠାଏ ଖାଇବାକୁ ଦେବା ପାଇଁ ସବୁବେଳେ ୪ ପୁଅ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଏମିତିକି ପୈତୃକ ଘରଡିହରେ ଘର କରିବା ପାଇଁ ମଧ୍ୟ ବିବାଦ ଲାଗି ରହିଥିଲା।
ଏବେ ମଖି ବଡ଼ ପୁଅଙ୍କ ପାଖରେ ରହୁଥିବା ରହୁଛନ୍ତି। ତେବେ ଶନିବାର ରାତିରେ ମଝିଆ ପୁଅ ରଘୁନାଥ ଓ ବୋହୁ ମଧୁସ୍ମିତା ସେହି ଜମିରେ ଘର ନିର୍ମାଣ କରିବାକୁ ଉଦ୍ୟମ କରିଥିଲେ। ହେଲେ ବୃଦ୍ଧା ମା’ ମଖି ଏହାକୁ ବିରୋଧ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ବୃଦ୍ଧା ମା’ଙ୍କୁ ଘର ତିଆରି ପାଇଁ ଥିବା ଇ-ଟା-ରେ ପୋ-ତି ପକାଇଥିଲେ ମଝିଆ ପୁଅ ଓ ବୋହୂ। ବିଚରା ଶାଶୁ ଯ-ନ୍ତ୍ର-ଣା ସହି ନ ପାରି ବିକଳରେ ଖୁବ୍ ଜୋରରେ କାନ୍ଦୁଥିଲେ ମଧ୍ୟ ପୁଅ ବୋହୂ ସେହିଭଳି ଭାବରେ ଇଟାରେ ପୋତି ଚାଲିଥିଲେ।
ଏହି ସମୟରେ ଅନ୍ୟଜଣେ ବୋହୂ ଓ ପଡୋଶୀ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ । ପରେ ମଖି ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ବିଭିନ୍ନ ଦଫାରେ ପୋଲିସ ଅଭିଯୁକ୍ତ ପୁଅ, ବୋହୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।