Breaking News

୭୦୦ ଟଙ୍କାରେ ମାର୍କେଟ ରେ ମିଳୁଛି ଫ୍ରିଜ୍ !! ଦେଖିଲେ ଆପଣ ବି ଆଶ୍ଚର୍ଯ ହେବେ – ଦେଖନ୍ତୁ

ଆଜି କାଲି ସମୟରେ ବଜାରରେ ଓ ଘରେ ଘରେ ଆପଣମାନେ ଇଲେକ୍ଟ୍ରି ଚାଳିତ ଫ୍ରିଜ ତ ନିଶ୍ଚିନ୍ତ ଭାବରେ ଦେଖୁଥିବେ ହେଲେ କଣ ଆପଣ ମାନେ କେବେ ମାଟି ତିଆରି ଫ୍ରିଜ୍ ଦେଖିଛନ୍ତି? କଥାଟି ଶୁଣିବାକୁ ସାମାନ୍ୟ ଆଶ୍ଚର୍ୟ୍ଯ ଲାଗୁଥିବ ନିଶ୍ଚୟ ଆଉ ଏହା ମଧ୍ୟ ମନକୁ ପ୍ରଶ୍ନ ଆସୁଥିବ ମାଟି ତିଆରି ଫ୍ରିଜ୍ ! ଏହା କିଭଳି ସମ୍ଭବ?। ତେବେ ଏହାକୁ ସମ୍ଭବ କରି ଦେଖାଇଛନ୍ତି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖେରଡା ଗ୍ରାମର ଦୁଇ ଜଣ କମ୍ଭାର ମଧୁ ରଣା ଓ ଠଣାସୁନ୍ଦର ରଣା।

ବଜାରକୁ ଆସିଛି ଏକ ନୂଆ ଧରଣର ଦେଶୀ ଫ୍ରିଜ୍ , ଯାହାକି ସଂପୂର୍ଣ୍ଣ ଭାବରେ ମାଟିରେ ତିଆରି ହୋଇଛି। ଆଉ ଏଥିରେ ପରିବା ରଖିଲେ ୫-୬ ଦିନ ପର୍ଯ୍ୟନ୍ତ ନଗଦ ଗଛରୁ ତୋଳି ଆଣିବା ଭଳି ତାଜା ଓ ସତେଜ ରହୁଛି। ଏହା ପାଇଁ ଦରକାର ପଡୁନାହିଁ କୌଣସି ଇଲେକ୍ଟ୍ରି ଇନ୍ଧନ। ମଧୁ ରଣା ଓ ଠଣାସୁନ୍ଦର ରଣା ଏଭଳି ଏକ ନୂଆ ଉପକରଣ ନେଇ ଖେରଡା ଗ୍ରାମରୁ ରାଜଧାନୀ ର ତୋଷାଳୀ ମେଳାରେ ଆସି ପହଞ୍ଚିଛନ୍ତି। ଏଭଳି ଏକ ସାମଗ୍ରୀ ପ୍ରଥମ ଥର ପାଇଁ ଆସିଥିବାରୁ ଗ୍ରାହକ ମାନଙ୍କ ସାମ୍ନାରେ ସେ ଏହାକୁ ପ୍ରଦର୍ଶିତ କରୁଛନ୍ତି।

ମାଟି ହାଣ୍ଡି ଭଳି ପ୍ରତୟ ମାନ ହେଉଥିବା ଏହି ଦେଶୀ ଫ୍ରିଜ୍ ର ଗୋଟିଏ ପାର୍ଶ୍ୱରେ ପନିପରିବା ରଖାଯିବାର ସ୍ଥାନ ରହିଥିବା ବେଳେ ଅନ୍ୟ ଏକ ପାର୍ଶ୍ୱ ରେ ପାଣି ରଖି ଏହାକୁ ଥଣ୍ଡା ରଖାଯିବାର ବ୍ୟବସ୍ଥା କରାଯାଇଛି। ମେଳା କୁ ଏହି ଫ୍ରିଜ୍ ବିକ୍ରୀ ପାଇଁ ଆଣିବା ପୂର୍ବରୁ ଏହାକୁ ନିଜ ଘରେ ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ପ୍ରସ୍ତୁତକର୍ତ୍ତା ଠଣସୁନ୍ଦର ରଣା।

ଏହି ମାଟି ଫ୍ରିଜ୍ ତିଆରି ପାଇଁ ପାଖାପାଖି ତିନି ଦିନର ସମୟ ଲାଗୁଥିବା ବେଳେ ୨୫ ପ୍ରତିଶତ ର ଲାଭ ରଖି ୭୦୦ ଟଙ୍କାରେ ସେ ଏହାକୁ ବିକ୍ରୀ କରୁଛନ୍ତି। ଏଥିରେ ରଖା ଯାଇଥିବା ପନିପରିବା ଦେହ ପାଇଁ ମଧ୍ୟ ହିତକର ହୋଇଥାଏ। ମେଳାରେ ଏଭଳି ଏକ ନୂଆ ସାମଗ୍ରୀ ଦେଖି ଲୋକ ମାନେ ଖୁସି ପ୍ରକଟ କରୁଛନ୍ତି।


ଫ୍ରିଜ୍ ଭଳି ମାଟିରେ ନିର୍ମିତ ପ୍ରେସର୍ କୁକର୍, ଫିଲଟର, ସୁରେଇ, କଢ଼େଇ, କପ୍ ଓ ମାଟି ନିର୍ମିତ ଅନେକ ଶୋ ପିସ ତିଆରି କରି ମେଳା କୁ ଆଣିଛନ୍ତି ବଲାଙ୍ଗିର ର ରଣା ପରିବାର। ଲୋକମାନେ ମଧ୍ୟ ଏହି ସବୁ ଜିନିଷ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *