Breaking News

ଦେଖୁ ଦେଖୁ ହଠାତ ଗାଈ ର ମୁଣ୍ଡ ପଶିଗଲା ଗଛ କୋରଡ ରେ , ଦେଖିଲେ ଆଖିରୁ ଲୁହ ଆସିଯିବ – ୧୦ ଲକ୍ଷ ରୁ ଉର୍ଦ୍ଧ ଦେଖି ସାରିଲେଣି

ଦିନକୁ ଦିନ ସମାଜରେ ଲୋକ ସଂଖ୍ୟା ବଢ଼ିବା ସହିତ ବଢ଼ି ଚାଲିଛି ପ୍ରଦୂଷଣ। ଯାହାର ସିଧା ସଳଖ ପ୍ରଭାବ ପଡୁଛି ଜୀବଜନ୍ତୁ ମାନଙ୍କ ଉପରେ। ମଣିଷ ଯେଉଁ ଆବର୍ଜନା କୁ ଫିଙ୍ଗି ଦେଉଛି ସେହି ଆବର୍ଜନା ଦ୍ଵାରା ଜୀବଜନ୍ତୁ ମାନେ କଷ୍ଟ ପାଉଛନ୍ତି। ନିକଟ ଅତୀତରେ ସୋସିଆଲ ମିଡିଆ ସାହାଯ୍ୟରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି ଯାହା ଦେଖିଲେ ପ୍ରମାଣିତ ହେଉଛି ପଶୁ ପକ୍ଷୀ ମାନେ କିଭଳି ମଣିଷ ମାନେ କରୁଥିବା ଆବର୍ଜନା ପାଇଁ ପରୋକ୍ଷ ଭାବରେ କଷ୍ଟ ପାଉଛନ୍ତି। ହେଲେ ସେହି ସମାଜରେ ଏଭଳି ବି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର କିଛି ସ୍ବାର୍ଥ ନଥାଇ ଜୀବଜନ୍ତୁ ମାନଙ୍କୁ ରକ୍ଷା କରୁଛନ୍ତି।

ନିକଟରେ ସୋସିଆଲ ମିଡ଼ିଆରେ ସେହିଭଳି ଏକ ଭିଡିଓ ଭାଇର ହେବାରେ ଲାଗିଥିଲା , ଯେଉଁଥିରେ ଦେଖିବାକୁ ମିଳିଥିଲା ଏକ କୁକୁର ନିଜ ମୁଣ୍ଡ ଏକ ପ୍ଲାଷ୍ଟିକ ଡବା ଭିତରେ ପୁରେଇ ଦେଇଥିଲା। ଆଉ ଏହାକୁ ବାହାର ନ କରିପାରି ସେ ଅସ୍ତବ୍ୟସ୍ତ ହୋଇ ପଡୁଥିଲା। ହେଲେ କେହି ଜଣେ ବ୍ୟକ୍ତି ଏହା ଦେଖିବା ପରେ ସୁରକ୍ଷିତ ସହ ଡବା ଟିକୁ କାଟି କୁକୁର ମୁଣ୍ଡ ତା ଭିତରୁ ବାହାର କରିଥିଲେ।

ସେହିଭଳି ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଥିଲା, ଗୋଟିଏ ଛୋଟ ଗାଇ ଖାଦ୍ୟ ଆଶାରେ ଏକ ଛୋଟ ଗଛ କୋରଡ ଭିତରେ ନିଜର ମୁଣ୍ଡ ଭର୍ତି କରିଦେଇଥିଲା। ହେଲେ ତା ଭିତରୁ ନିଜ ମୁଣ୍ଡକୁ ସେ ବାହାର କରିପାରିଲା ନାହିଁ। ଅନେକ ସମୟ ଧରି ସେମିତି ରହି ଅସ୍ତବ୍ୟସ୍ତ ହେବାପରେ ଶେଷରେ ଜଣେ ସହୃଦୟ ବ୍ୟକ୍ତି ଏହା ଦେଖି ଗଛର କୋରଡ କୁ କୁରାଢି ରେ ହାଣି ବଡ଼ କରି ଗାଇ ଟିକୁ ଉଦ୍ଧାର କରିଥିଲେ।

ସେହିଭଳି ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଥିଲା, ଗୋଟିଏ କୁକୁର ଛୁଆ ରାସ୍ତା କଡ ନାଳରେ ପଡ଼ିଯାଇ ସେଥିରୁ ଆଉ ବାହାରି ପାରିନଥିଲା। ହେଲେ ଜଣେ ଯୁବତୀ ନିଜେ ନାଳ ଭିତରକୁ ଯାଇ କୁକୁର ଟିକୁ ଉଦ୍ଧାର କରିଥିଲେ।

ସେହିଭଳି ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଥିଲା ଗୋଟିଏ ଭାଲୁ ଜଙ୍ଗଲ ଭିତରେ ପଡ଼ିଥିବା ପ୍ଲାଷ୍ଟିକ ଡବା ଭିତରେ ମୁଣ୍ଡ ପୁରାଇ ଦେଇଥିଲା। ଏହା ଦେଖି ଜଣେ ବ୍ୟକ୍ତି ପଶୁ ଡାକ୍ତରଙ୍କୁ ଡାକି ଭାଲୁ ଟିର ଚିକିତ୍ସା କରିଥିଲେ।

ସେହିଭଳି ଅନ୍ୟ ଏକ ଭିଡିଓ ରେ ଦେଖିବାକୁ ମିଳିଥିଲା ଗୋଟିଏ ନାଗ ସାପ ବେକରେ ପ୍ଲାଷ୍ଟିକ ବୋତଲ ଟିଏ ପଶି ଯାଇଥିଲା। ଏହା ଦେଖି ଲୋକମାନେ ସ୍ନେକ ହେଲ୍ପ ଲାଇନ କୁ ଡାକି ସାପଟିର ଚିକିତ୍ସା କରାଇଥିଲେ।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *