ଆମ ଓଡ଼ିଶାର ପରମ୍ପରା ସବୁଠୁ ନିଆରା। କାହିଁ କେଉଁ କାଳରୁ ଆମ ଓଡ଼ିଆ ପରମ୍ପରାରେ ମେଳା, ସଙ୍କୀର୍ତ୍ତନ, ଅଷ୍ଟ ପ୍ରହରୀ, ନାମ ଯଜ୍ଞ ଓ ଚବିଶି ପ୍ରହରୀ ନାମ ସଙ୍କୀର୍ତ୍ତନ ଆଦି ରହି ଆସିଛି। ଯେଉଁଥିରେ ଲୋକ ମାନେ ମିଳିତ ଭାବରେ ଭକ୍ତିର ସହ କୃଷ୍ଣ ନାମ ଜପ କରୁଥିବାର ଦେଖିବାକୁ ମିଳେ।
ଗାଁ ଗାଁ ରେ ଛାମୁଣ୍ଡିଆ ହୁଏ, ଗୋବରରେ ଲିପା ହୁଏ ଓ ନାମ ଯଜ୍ଞ ଚାଲିଥାଏ। ବାଦି ପାଲା ପରେ ବିଭିନ୍ନ ସ୍ଥାନରୁ ଆସିଥିବା କିର୍ତ୍ତନିଆ ମନେ ପାଳି ପରେ ପାଳି ହୋଇ ଦଳ ଦଳ ହୋଇ ନାମ ପଢନ୍ତି। କିନ୍ତୁ ଆଜିର ଆଧୁନିକ ସମାଜରେ ଏ ସବୁରେ ବ୍ୟତିକ୍ରମ ଦେଖିବାକୁ ମିଳିନାହିଁ। ଲୋକ ମାନେ ଭଗବାନଙ୍କ ନାମ ସଙ୍କୀର୍ତ୍ତନ କମ୍ ବରଂ ନିଜର ମନୋରଞ୍ଜନ ପାଇଁ ଏବେ ସଙ୍କୀର୍ତ୍ତନ କୁ ବ୍ୟବହାର କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ସବୁ ଏହାର ଜ୍ୱଳନ୍ତ ଉଦାହରଣ।
ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ନାମ ସଙ୍କୀର୍ତ୍ତନ ସମୟର ସେହିଭଳି ଏକ ଭିଡିଓ । ଯାହା ଦେଖିଲା ପରେ ଯେ କେହି ବି ଆଶ୍ଚର୍ୟ୍ଯ ହେବେ। କାରଣ ଆଧୁନିକ ଯୁଗରେ ନାମ ସଙ୍କୀର୍ତ୍ତନରେ ବାଜୁଛି ବାଜା, ମୃଦଙ୍ଗ ଓ ଖୋଳ, ଶୁଭୁଚି ହରେ କୃଷ୍ଣ ହରେ ରାମ, ହେଲେ ସ୍ୱର ପାରମ୍ପରିକ ଶୈଳୀର ନୁହେଁ ବରଂ ଆଧୁନିକ ଗୀତର।
ତେବେ ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି, କିଛି କୀର୍ତ୍ତନିଆ ଓଡ଼ିଆ ଆଲବମ୍ ମଥାରେ ଦେଇ ପାଟ ଓଢଣୀ ଗୀତର ସ୍ଵରରେ ହରେ କୃଷ୍ଣ ହରେ ରାମ ଜପ କରୁଛନ୍ତି। କେବଳ ସେତିକି ନୁହେଁ , କୀର୍ତ୍ତନ ମଣ୍ଡଳୀର ଉଭୟ ପୁଅ ଝିଅ ସମସ୍ତ ସଦସ୍ୟ ମିଶି ଗୀତର ତାଳେ ତାଳେ ଆଧୁନିକ ନୃତ୍ୟ ମଧ୍ୟ କରୁଛନ୍ତି।
ତେବେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା କଳାହାଣ୍ଡି ଜିଲ୍ଲାରେ। ଗୋଟିଏ ଗ୍ରାମରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ହେବା ସମୟରେ ସେଠାକୁ ଆସିଥିବା ମା ଲକ୍ଷ୍ମୀ ସଙ୍କୀର୍ତ୍ତନ ମଣ୍ଡଳୀ ର ସଦସ୍ୟ ମାନେ ଏଭଳି ନୃତ୍ୟ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଅନେକ ଲୋକ ଅନେକ ପ୍ରକାର କଥା କହୁଛନ୍ତି। ଆଧୁନିକ ଗୀତର ସ୍ଵରରେ ଭଗବାନଙ୍କ ଭଜନ କୀର୍ତ୍ତନ କୁ ଯୋଡ଼ି ଏହାକୁ ଅପଭ୍ରଂଶ କରାଯାଉଛି ବୋଲି ମଧ୍ୟ ଲୋକମାନେ କହୁଛନ୍ତି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।