Breaking News

ପର୍ସ ରେ କାହାକୁ ନଜଣାଇ ରଖନ୍ତୁ ଏହି ଜିନିଷ, କେବେ ବି ଧନ ର ଅଭାବ ରହିବନି ,ଜାଣି ରଖନ୍ତୁ

ଆଜିକାଲି ଦୁନିଆରେ ମଣିଷ ଟିଏ ବଞ୍ଚିବା ପାଇଁ ଅର୍ଥ ର ଏକାନ୍ତ ଆବଶ୍ୟକତା ରହିଛି। ଆଜିର ସମୟରେ ଯଦି ଟଙ୍କା ନଥାଏ ତେବେ ଏ ଦୁନିଆରେ ବଞ୍ଚିବା କଷ୍ଟକର ହୋଇପଡେ। ଟଙ୍କା ଉପାର୍ଜନ କରିବାକୁ ଦୁନିଆରେ ବିଭିନ୍ନ ଲୋକ ମାନେ ଭିନ୍ନ ଭିନ୍ନ କାର୍ଯ୍ୟ କରିଥାନ୍ତି। କେହି ବ୍ୟବସାୟ, କେହି ଚାକିରି ତ ଆଉ କେହି ଅନ୍ୟ ପାଖରେ କାମ କରି ଚଳିଥାନ୍ତି। କିନ୍ତୁ ସବୁ ପରେ ମଧ୍ୟ ଅନେକ ସମୟରେ ବ୍ୟକ୍ତିଙ୍କ ପାଖରେ ଅର୍ଥର ଅଭାବ ଦେଖା ଦେଇଥାଏ।

ଜଣେ ବ୍ୟକ୍ତି ମାସକୁ ଯେତେ ଟଙ୍କା ଆୟ କରୁଥିଲେ ମଧ୍ୟ କିଛି ସମୟ ଭିତରେ ସେ ସବୁ ଅର୍ଥ ଶେଷ ହୋଇଯାଏ। ଯାହା ଫଳରେ ଅନେକ ସମୟରେ ଏହା ଚିନ୍ତାର କାରଣ ପାଲଟିଥାଏ। ତେବେ ଯଦି ଆପଣ ଏସବୁରୁ ମୁକ୍ତି ପାଇବାକୁ ଚାହୁଁଥାଆନ୍ତି ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ବିଶେଷ କଥା କହିବୁ ଯାହାକୁ ମାନି ଚଳିବା ଦ୍ଵାରା ଆପଣଙ୍କ ଧନ ବୃଦ୍ଧି ଘଟିବ। ଏହା ସହିତ କେବେ ବି ଅର୍ଥର ଅଭାବ ଦେଖାଦେବନାହିଁ।

ତେବେ ପ୍ରଥମ କଥାଟି ହେଉଛି, ଯଦି ଆପଣ ନିଜେ ପର୍ସ ଟିଏ କିଣୁଛନ୍ତି ତେବେ ଭଲ। ହେଲେ ଯଦି କେହି ଜଣେ ଆପଣଙ୍କୁ ଏକ ପର୍ସ ଉପହାର ସ୍ୱରୂପ ଦେଉଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ସେହିଭଳି କିଛି ବ୍ୟକ୍ତି ଭାବନ୍ତି କିଛି ପର୍ସ ତାଙ୍କ ପାଇଁ ଲକି ହୋଇଥାଏ ତେଣୁକରି ସେମାନେ ସେହି ପର୍ସ କୁ ବଦଳାନ୍ତି ନାହିଁ। କିନ୍ତୁ ଏହା ଉଚିତ୍ ନୁହେଁ। ପର୍ସକୁ ନିହାତି ଭାବରେ ବର୍ଷକୁ ଥରେ ବଦଳାଇବା ଉଚିତ୍।

କାରଣ ଟଙ୍କା କୁ ଆମ ସମାଜରେ ଲକ୍ଷ୍ମୀ ବୋଲି ମାନିଥାନ୍ତି। ଲକ୍ଷ୍ମୀ ଅପରିଷ୍କାର ଜାଗାରେ ରହିବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ଯଦି ବି ନୂଆ ପର୍ସ କିଣିବା ସମ୍ଭବ ହେଉନାହିଁ ତେବେ ପର୍ସକୁ ମଝିରେ ମଝିରେ ହଳଦୀ ପାଣି କରି ଧୋଇ ଦିଅନ୍ତୁ। ତା ପରେ ବ୍ୟବହାର କରନ୍ତୁ। ସେହିଭଳି ଯଦି ପର୍ସ ଚିରି ଯାଇଥାଏ ତେବେ ତାହାକୁ ତୁରନ୍ତ ବଦଳାଇବା ଉଚିତ୍। ଏଭଳି କରିବା ଦ୍ଵାରା ନିଶ୍ଚିନ୍ତ ଭାବରେ ଉନ୍ନତି ହୋଇଥାଏ।

ସେହିଭଳି ସବୁବେଳେ ଦରମା ପାଇବା ପରେ ସେଥିରୁ କିଛି ଟଙ୍କା ଉଠାଇ ପ୍ରଥମେ ନିଜ ପର୍ସରେ ରଖି ପରେ ଘରେ ଥିବା କୌଣସି ସ୍ତ୍ରୀ ଲୋକଙ୍କୁ ଓ ଅଳ୍ପ କିଛି ଟଙ୍କା ଠାକୁରଙ୍କ ପାଖରେ ରଖି ଦିଅନ୍ତୁ। ପରେ ସେହି ଟଙ୍କା କୁ ଠାକୁରଙ୍କ କାମରେ ଲଗାନ୍ତୁ। ଏଭଳି କରିବା ଦ୍ଵାରା ଧନର ଆଗମନ ହୋଇଥାଏ।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *