Breaking News

ଓଡିଆ ଛାଡ଼ି ଏବେ ବଲିଉଡ ରେ ହିନ୍ଦୀ ଗୀତ ଗାଇବେ ସୋନାଲି ନନ୍ଦ(Sonali Nanda), ଏମିତି କରିବାକୁ ଯାଉଛନ୍ତି ….- ଦେଖନ୍ତୁ ଭିଡିଓ

ଭୁବନେଶ୍ୱର ନନ୍ଦନ ବିହାର ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଘଟଣାକୁ ଦୀର୍ଘ ଦୁଇ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୋଷୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ହେଲେ ଏହି ଘଟଣା ପର ଠାରୁ ସୌମ୍ୟରଞ୍ଜନଙ୍କ ପ୍ରେମିକା ତଥା ଓଲିଉଡ ଗାୟିକା ସୋନାଲି ନନ୍ଦ ଙ୍କ କ୍ୟାରିୟର ରେ ଏକ ପ୍ରକାର ବ୍ରେକ ଲାଗିଯାଇଛି।

sonali
ମୂତ ସୌମ୍ୟ ରଞ୍ଜନ ନିଜ ସୁଇସାଇଡ ନୋଟ୍ ରେ ନିଜ ପ୍ରେମିକା ସୋନାଲି ନନ୍ଦଙ୍କ ଛଳନାର କାହାଣୀ ଲେଖିଥିଲେ ସୁଦ୍ଧା ପୋଲିସ ସୋନାଲିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ହେଲେ ବି ଏହି ଘଟଣା ପର ଠାରୁ ସୋନାଲି ଚର୍ଚ୍ଚାରେ ରହି ଆସିଛନ୍ତି। ସାରା ଓଡ଼ିଶା ଲୋକ ମାନଙ୍କର ସମାଲୋଚନା ପରେ ସୋନାଲିଙ୍କୁ ଆଉ କେହି ବି ଓଲିଉଡରେ ଗୀତ ଗାଇବାର ସୁଯୋଗ ଦେବାକୁ ଚାହୁଁ ନାହାନ୍ତି।

sonali
ଏହି ଘଟଣା ପର ଠାରୁ ନାଁ ସୋନାଲି ଥରୁ ଟିଏ ଷ୍ଟୁଡିଓ କୁ ଯାଇଛନ୍ତି ନାଁ ମିଡିଆ ଆଗକୁ ଆସିଛନ୍ତି। ଏମିତିକି ତାଙ୍କୁ ଥରୁଟିଏ ଜନଗହଳିପୂର୍ଣ୍ଣ ସ୍ଥାନରେ ଦେଖିବାକୁ ମଧ୍ୟ ମିଳିନି। ହେଲେ ଏବେ ଯାହା ଚର୍ଚ୍ଚା ହେଉଛି ସୋନାଲି ନନ୍ଦ ଖୁବ୍ ଶୀଘ୍ର ବଲିଉଡ ରେ ନିଜର କଣ୍ଠର ଯଦି ଦେଖାଇ ପାରନ୍ତି। ଓଲିଉଡ ଇଣ୍ଡଷ୍ଟ୍ରି ରେ କାମ ନ ମିଳିବା କାରଣରୁ ଚିନ୍ତାରେ ରହୁଥିବା ସୋନାଲି ନନ୍ଦ ଏବେ ନିଜର ବଲିଉଡ୍ ଯାତ୍ରା ଆରମ୍ଭ କରିବାକୁ ଯାଇଛନ୍ତି।


ବଲିଉଡ୍ ରେ ନିଜର ସଙ୍ଗୀତ କ୍ୟାରିୟର ଆରମ୍ଭ କରିବା ଏହାରି ଭିତରେ ସେ ମୁମ୍ବାଇ ଯାଇ ଅନେକ ଜଣା ଶୁଣା ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ସେ କଥା ହୋଇ ସାରିଲେଣି ବୋଲି ଚର୍ଚ୍ଚା ହେଉଛି। କେବଳ ଏତିକି ନୁହେଁ, ବଲିଉଡ୍ ରେ ସୋନାଲିଙ୍କୁ ଗୀତ ଗାଇବର ସୁଯୋଗ ଦେବା ପାଇଁ କିଛି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରତିଶ୍ରୁତି ଦେଇ ସାରିଥିବା ମଧ୍ୟ ଚର୍ଚ୍ଚା ହେଉଛି ।


ତେବେ ଯାହା ଶୁଣିବାକୁ ମିଳୁଛି, ଆଗାମୀ କିଛି ଦିନ ମଧ୍ୟରେ ସୋନାଲି ନନ୍ଦ ସବୁଦିନ ପାଇଁ ଓଡିଶା ଓ ଓଲିଉଡ ଇଣ୍ଡଷ୍ଟ୍ରି କୁ ଛାଡ଼ି ମୁମ୍ବାଇ ଯାଇପାରନ୍ତି। ଏଥିପାଇଁ ସେ ସମସ୍ତ ବନ୍ଦୋବସ୍ତ ମଧ୍ୟ କରିସାରିଥିବା ଚର୍ଚ୍ଚା ହେଉଛି। ତେବେ ବଲିଉଡ୍ ରେ ସେ କେତେ ସଫଳତା ପାଇ ପାରୁଛନ୍ତି ତାହା ଦେଖିବା ବାକି ରହିଛି।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *