ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହ-ତ୍ୟା-କା- ଣ୍ଡ ସହ ଜଡ଼ିତ ଥିବା ମୁଖ୍ୟ ଅ-ଭି-ଯୁ-କ୍ତ ମାନଙ୍କୁ ପୋଲିସ ଗିରଫ କରିସାରିଛି। ସମସ୍ତେ ଏବେ ଜେଲ ରେ ରହି ନିଜ ଅ-ପ-ରା-ଧର ଦଣ୍ଡ ଭୋଗୁଛନ୍ତି। ଗୋଟିଏ ପଟେ ମୁଖ୍ୟ ଅଭିଯୁକ୍ତକାରି ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇ ରିମାଣ୍ଡରେ ଥିବା ସମୟରେ ଅନ୍ୟ ଅଭିଯୁକ୍ତ ମାନେ ଜେଲ ର ଚାରିକାନ୍ଥ ଭିତରେ ଦଣ୍ଡ ଭୋଗୁଛନ୍ତି।
ପୋଲିସ ଜଣକ ପରେ ଜଣକୁ ଗିରଫ କରିବା ପରେ ସମସ୍ତେ ପୋଲିସ ଆଗରେ ହ-ତ୍ୟା -କ-ଥା ସ୍ବୀକାର କରିଛନ୍ତି। ତେବେ ଏହି ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ମାନ ସାମ୍ନାକୁ ଆସୁଛି। ରିମାଣ୍ଡରେ ଥିବା ସମୟର ଅଭିଯୁକ୍ତ ମାନେ ଗୋଟେ ପରେ ଗୋଟେ ସତ ଓଗାଳୁଛନ୍ତି।
ତେବେ ଏହି ମାମଲାରେ ଏକ ନୂଆ ତଥ୍ୟ ଯାହା ସାମ୍ନାକୁ ଆସିଛି, ଶର୍ମିଷ୍ଠା କେଉଁଠି ସହଯୋଗୀ ଝୁନା ଙ୍କୁ କହିଥିଲେ ଯେ ସେ ତାଙ୍କୁ ଦୟାଲ ଆଶ୍ରମର ସମସ୍ତ ଦାୟିତ୍ଵ ଦେଇଦେବେ।ଶର୍ମିଷ୍ଠା କହିଥିଲେ ଯେହେତୁ ମୁଁ ସାମ୍ବାଦିକା, ତେଣୁ ମୁଁ ନ୍ୟୁଜ୍ କଥା ବୁଝିବି ଆଉ ତୁ ଆଶ୍ରମ କଥା ବୁଝିବୁ। ଆଉ ଶର୍ମିଷ୍ଠା ଙ୍କ ଠାରୁ ଏଭଳି କିଛି ପ୍ରତିଶ୍ରୁତି ପାଇବା ପରେ ସ୍ଵପ୍ନ ଦେଖିବା ଆରମ୍ଭ କରିଦେଇଥିଲେ ଝୁନା ଭୋଇ।
ଏହାର ଏକ କାରଣ ହେଉଛି , ଯେତେବେଳେ ଦୟାଲ ଆଶ୍ରମର ଦାୟିତ୍ଵ ଝୁନା ଙ୍କୁ ଦିଆଯିବ ତେବେ ଝୁନା ଙ୍କର ଜୀବନ ବଳଦିଯିବ। ତେଣୁକରି ଶର୍ମିଷ୍ଠା ଯାହା ଯେପରି କହିବେ ଝୁନା ସେୟା କରିବେ ବୋଲି ଶର୍ମିଷ୍ଠା ଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଆଉ ଝୁନା ମନେ ମନେ ଭାବୁଥିଲେ ସେ କେବେ ଏହି ଦୟାଲ ଆଶ୍ରମର ମାଲିକିଆଣି ହେବେ ଆଉ ଏହା ସହ ଦୟାଲ ଆଶ୍ରମ ଝୁନା ଙ୍କ ଇସାରାରେ ଚାଲିବ।
ଏ ସବୁ ଭାବି ମନେ ମନେ ଅନେକ ସ୍ବପ୍ନ ଦେଖି ଦେଇଥିଲେ ଝୁନା। ଆଉ ଖାସ୍ ଏହି କାରଣ ପାଇଁ ନିଜ ଘର ପରିବାର ଛାଡି ଅଧିକାଂଶ ସମୟ ଆଶ୍ରମରେ କଟୁଥିଲେ ଝୁନା। ଏମିତିକି ଦୟାଲ ଆଶ୍ରମର ସମସ୍ତ କାମ ଝୁନା ହିଁ ବୁଝୁଥିଲେ। ଏଥିରୁ ଯାହା ଜଣାପଡୁଛି, ଆଗକୁ ଆହୁରି ରୋଜଗାର କରିବା ଆଶାରେ ଝୁନା ସେ ସବୁ କାମ କରିଥିଲେ ଯାହା ନିରଞ୍ଜନ ଓ ଶର୍ମିଷ୍ଠା ତାଙ୍କୁ କରିବାକୁ କହିଥିଲେ। ଦୟାଲ ଆଶ୍ରମ ମାଲିକାଣୀ ହେବାର ଲୋଭ ଦେଖାଇ ଶର୍ମିଷ୍ଠା ଝୁନା ଙ୍କୁ ମାନସ ସ୍ବାଇଁ -ଙ୍କ ମ-ର୍ଡ-ର କେସ ରେ ସାମିଲ କରିଥିଲେ।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।