ସମ୍ବଲପୁର ର ହୀରାକୁଦ ନଦୀ ବନ୍ଧ ହେଇଚି ଏସିଆ ର ସବୁଠାରୁ ଦୀର୍ଘତମ ନଦୀ ବନ୍ଧ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅନେକ ବର୍ଷା ପୂର୍ବେ ଏହି ସ୍ଥାନ ଅସଂଖ୍ୟ ହୀରା ପଥର ଓ ଅନ୍ୟାନ୍ୟ ହୀରା ପଥର ନିଜ ଭିତରେ ସାଇତି ରଖିଥିଲା। ଏହି ସ୍ଥାନର ଲୋକ ମାନେ ଖୁବ୍ ସହଜରେ ପାଣିରେ ଭାସି ଆସୁଥିବା ପଥର ସବୁ ଗୋଟେଇ ନେଉଥିଲେ। ତେଣୁ ଏହି ସ୍ଥାନ ର ନାମ ହୀରାକୁଦ ରଖାଗଲା।
ସମ୍ବଲପୁର ର ଉତ୍ତରକୁ ୨୦୦ କିଲୋମିଟର ପରେ ମହାନଦୀ ପଠା ରେ ଏକ ଦ୍ଵୀପ ରହିଥିଲା। ଯାହାକୁ ୮୨୯ ଏକର ପର୍ଯ୍ୟନ୍ତ ବିସ୍ତୃତ ଥିଲା। ବର୍ଷା ବା ଶୀତ ଋତୁରେ ଇବ ନଦୀର ପାଣି ଆସି ଏହି ଦ୍ଵୀପ ଚାରିପଟେ ଠୁଳ ହେଉଥିଲା। ଆଉ ଏହି ପାଣି ସହିତ ହୀରା ପଥର ଗୁଡ଼ିକ ଆସି ଏହାର ପାଖରେ ଠୁଳ ହେଉଥିଲା।
ତେବେ ସେ ସମୟରେ ଏହି ସ୍ଥାନରେ ବାସ କରୁଥିବା ଲୋକ ମାନେ ଅତି ସହଜରେ ଏହି ପାଣିରୁ ହୀରା ସଂଗ୍ରହ କରିନେଉଥିଲେ। ତେବେ ଇତିହାସରୁ ଜଣା ପଡ଼େ , ୧୭୬୪ ମସିହାରେ ସେଠାକାର ରାଜା ଅମର ସିଂହ ଏହିଠାରୁ ୧୬.୫ କ୍ୟାରେଟ ର ହୀରା ପାଇଥିଲେ। ଆଉ ଏହି ହୀରା କୁ ସେ ନିଜର ଜଣେ କର୍ମଚାରୀ ଙ୍କ ସାହାଯ୍ୟରେ
ବ୍ରିଟିଶ ଶାସକ ଲର୍ଡ କ୍ଲାଇନ ଙ୍କ ପାଖକୁ କଲିକତା ପଠାଇ ଦେଇଥିଲେ।
ଏହାପରେ ବ୍ରିଟିଶ ଶାସକ ଙ୍କର ହୀରାକୁଦ ଉପରେ ଲୋଲୁପ ଦୃଷ୍ଟି ପଡ଼ିଗଲା। ଏମିତିକି ୧୮୧୮ ମସିହାରେ ମରାଠା ମାନେ ୨୧୦ କ୍ୟାରଟ୍ ର ଏକ ବଡ଼ ହୀରା ପଥର ସ୍ଥାନୀୟ ଲୋକଙ୍କ ଠାରୁ ବଳ ପ୍ରୟୋଗ କରି ଛଡାଇ ନେଇଥିଲେ।
୧୮୫୬ ମସିହାରେ ସେଠାକାର ଦୁଇ ବ୍ୟକ୍ତି ସାରସ୍ଵତ ବେହେରା ଓ ପନୁ ବେହେରା ସେଠାର ହୀରା ଖଣି କରିବେ ବୋଲି ଲିଚ ନେଇଥିଲେ ଆଉ ସେଠାରେ ହୀରା ଖୋଳିବା ଆରମ୍ଭ କରିଥିଲେ। ହେଲେ ସେମାନେ ବ୍ରିଟିସ ସରକାରଙ୍କୁ ଲିଚ୍ ଟଙ୍କା ନ ଦେଇପାରିବାରୁ ବ୍ରିଟିସ ସରକାର ତାଙ୍କ ଠାରୁ ଲିଚ୍ ଛଡାଇ ନେଇଥିଲେ।
ତେବେ ଏହି ବିଷୟରେ ସରକାରଂକ ଦୃଷ୍ଟୀ ଆକର୍ଷଣ ହେବା ପରେ ୧୮୫୮ ମସିହା ଠାରୁ ୧୯୪୫ ମସିହା ପର୍ଯ୍ୟନ୍ତ ସରକାର ସେଠାରେ ଦ୍ୟାମ୍ ନିର୍ମାଣ କରିବା ପାଇଁ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ। ତେବେ ପ୍ରତ୍ନତତ୍ତ୍ଵଵିତ ମାନଙ୍କ କହିବାନୁଯାୟୀ ଆଜି ବି ହୀରାକୁଦ ର ତଳିଆ ଅଞ୍ଚଳ ଗୁଡିକରେ ହୀରା ଗଚ୍ଛିତ ହୋଇ ରହିଛି।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।