ବହୁର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମଲାକୁ ନେଇ ରାଜ୍ୟ ଉଠୁଥିବା, ପଡ଼ୁଥିବା ବେଳେ ତାଙ୍କୁ ବାନ୍ଧି ଦେଇ ଚୁପ୍ ବସିରହିଛି ପୁଲିସ୍। ଅର୍ଚ୍ଚନାଙ୍କ ଗିରଫଦାରୀଙ୍କୁ ୧୦ ଦିନରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ବି ତାଙ୍କୁ ରିମାଣ୍ଡରେ ଆଣିବା ନାଁ ଧରୁନି ପୁଲିସ୍। ଏହି ମାମଲାରେ ବହୁ ବଡ଼ବଡ଼ିଆ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ପଛଘୁଞ୍ଚା ଦେଉଛି ପୁଲିସ୍। ପୁଲିସ୍ ତଦନ୍ତରେ ଶିଥିଳତା ପରିଲକ୍ଷିତ ହେବାରୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।
ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନାଙ୍କ ସେ-କ୍ସ ରା-କେ-ଟ୍ ଘଟଣା ପଦାକୁ ଆସିବା ପରେ ତାଙ୍କ ଅଜସ୍ର ସମ୍ପତ୍ତି ଠାବ ହୋଇଛି। ଅର୍ଚ୍ଚନାର ଆଖି ଝଲସିବା ପରି ବଡ଼ ବଡ଼ ବଙ୍ଗଳା, ଦାମୀ କାର୍ ତଥା କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ମନି ଲଣ୍ଡରିଂ ଘଟଣା ବି ସାମନାକୁ ଆସିଛି। ଏଥିରେ କେନ୍ଦ୍ର, ରାଜ୍ୟ ସରକାର, ଇଡି, ମୁଖ୍ୟ, ଡିଜି ପୁଲିସ୍, ଭୁବନେଶ୍ୱରର ଖଣ୍ଡଗିରି ଥାନାର IICଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଏଥିରେ ୨୫ ନେତା ସାମିଲ ଥିବା କୁହାଯାଉଥିବା ବେଳେ ସେଥରେ ୧୮ ବିଧାୟକ ସାମିଲ ଥିବା ଜଣାଯାଇଛି। ଏଥିରେ ଉଭୟ ବିଜେପି, ବିଜେପିର ତୁଙ୍ଗ ନେତା ତଥା ବଡ଼ ବଡ଼ିଆ ପୁଲିସ୍ ଅଧିକାରୀ ସାମିଲ ଥିବାରୁ ରାଜ୍ୟ ପୁଲିସ୍ ଏହାର ନିରପେକ୍ଷ ତଦନ୍ତ କରିବା ସନ୍ଦେହଘେରରେ ରହିଛି। ତେଣୁ ଏହି ସବୁକୁ ଇଡି ତଦନ୍ତ ପରସରଭୁକ୍ତ କରିବାକୁ ହାଇକୋର୍ଟରେ ଦାଏର ହୋଇଛି ମାମଲା।
ତେବେ ଏହାରି ଭିତରେ ଜେଲ ଭିତରେ କେମିତି କଟୁଛି ଅର୍ଚ୍ଚନା ଙ୍କ ଜୀବନ । ଝାରପଡ଼ା ଜେଲ ଏବେ ଅର୍ଚନଙ୍କ ନୂଆ ଠିକଣା ପାଲଟିଛି । ଜେଲ ଖାଦ୍ୟ ଖାଉଛନ୍ତି ଟିଭି ସିରିଏଲ୍ ଦେଖୁଛନ୍ତି । ଯେ ଦିନେ ବିଳାସ ପୂର୍ଣ୍ଣ ଜୀବନ କାଟୁଥିବା ଆଜି ସେଇ ଅର୍ଚ୍ଚନା ଜେଲ ର ଚାରିକାନ୍ଥ ରେ ଏକ୍ତୁଟିଆ ସମୟ ବିତାଉଚି । ଜେଲ ର ଗୋଟିଏ କଣରେ କମ୍ବଳ ଘୋଡ଼ି ହେଇ ଶୋଇ ରହିଛନ୍ତି । ତାଙ୍କ ର କାରନାମା ରାଜ୍ୟ ରେ ଚହଳ ପକାଇଥିଲା ବେଳେ ନା ତାଙ୍କୁ ଅଛି ଭୟ ନା ଅଛି ଡର।
ଯେ ଦିନେ ବାହାରେ ଫାଇଭ ଷ୍ଟାର୍ ରେଷ୍ଟୁରାଣ୍ଟ ରେ ବସି ଖାଦ୍ୟ ଖାଉଥିଲା । ଆଜି ସେ ଜେଲ ର ଚାରି କାନ୍ଥରେ ୪ ପଟ ରୋଟି କି ପାଣିଆ ଡାଲି ଖାଇବାକୁ ବାଧ୍ୟ ହେଉଛି ।। ଆଉ ଚାରିକାନ୍ଥ ଭିତରେ ବସି ସାଇ ଙ୍କ ଭଜନ ଶୁଣି ଶୁଣି ମନେ ମନେ ସବୁ ପାପ ର ପ୍ରାୟଶ୍ଚିତ ପାଇଁ ବାର ମ୍ୱର୍ କ୍ଷମା ମଗୁଚି ।। ଆଜି ଅର୍ଚ୍ଚନା ଙ୍କ ଜାମିନ ଶୁଣାଣି ଥିଲା ବେଳେ କୋର୍ଟ ରୁ ଅର୍ଚ୍ଚନା ଙ୍କୁ ଜାମିନ ଦେଉଚି କି ନାଇଁ ଦେଖିବାକୁ ବାକି ରହିଲା