ଖୁବ୍ ଶୀଘ୍ର ଓଡ଼ିଶାର ବଡ଼ ପରଦାରେ ରିଲିଜ୍ ହେବାକୁ ଯାଉଛି ଅଭିନେତା ବାବୁଶାନ୍ ମହାନ୍ତି ଙ୍କର ବହୁ ପ୍ରତିକ୍ଷୀତ ଫିଲ୍ମ ଦମନ। ଏହି ଚଳଚ୍ଚିତ୍ରରେ ବାବୁଶାନ୍ ଜଣେ ଡାକ୍ତର ଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ଜଣେ ଡାକ୍ତର କିଭଳି ଭାବରେ ସୁଦୂର କୋରାପୁଟ ଜିଲ୍ଲାର ଜଙ୍ଗଲି ଇଲାକା ରେ ରହି, କେଉଁ ପ୍ରକାର ବାଧାବିଘ୍ନ ର ସମ୍ମୁଖୀନ ହୋଇ ରୋଗୀ ମାନଙ୍କର ସେବା କରୁଛନ୍ତି ତାହାରି ଉପରେ ଏହି ଚଳଚ୍ଚିତ୍ର ର କାହାଣୀ ଆଧାରିତ।
ଦୀର୍ଘ ଦିନର ବ୍ୟବଧାନ ପରେ ଏକ ସମ୍ପୁର୍ଣ୍ଣ ନୂଆ କାହାଣୀ ସହିତ ବଡ଼ ପରଦାକୁ ଫେରୁଛନ୍ତି ସୁପରଷ୍ଟାର ବାବୁଶାନ୍ ମହାନ୍ତି। ବାବୁଶାନ୍ ଏହି ଫିଲ୍ମ ପାଇଁ ଅନେକ ପରିଶ୍ରମ କରିଛନ୍ତି। ଏହି ଫିଲ୍ମ ଟି ଆସନ୍ତା ମାସରେ ସାରା ଓଡ଼ିଶାର ସିନେମା ହଲ ରେ ରିଲିଜ୍ ହେବାକୁ ଯାଉଛି। ହେଲେ ଏହା ପୂର୍ବରୁ ଏହି ଫିଲ୍ମ ର ପ୍ରଯୋଜକ ଏକ ଅଭିଯୋଗ ଆଣିଛନ୍ତି।
ତାଙ୍କ କହିବା ଅନୁଯାୟୀ, ଓଡ଼ିଶାର ଅନେକ ଗୁଡ଼ିଏ ସିନେମା ହଲ ମାଲିକ ଏହି ଫିଲ୍ମ କୁ ହଲ ରେ ଚଲାଇବା ପାଇଁ ମନା କରୁଛନ୍ତି। ଯେଉଁ କିଛି ଜଣ ବି ରାଜି ହେଉଛନ୍ତି ସେମାନେ ଏହି ଫିଲ୍ମ କୁ ଗୋଟିଏ ବା ଦୁଇଟି ଶୋ ଦେବେ ବୋଲି କହିଛନ୍ତି। ଏହାପରେ ଏହି ଫିଲ୍ମ ର ପ୍ରଯୋଜକ କ୍ଷୋଭ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ‘ ବାବୁଶାନ୍ ଙ୍କର ଏହି ନୂଆ ଫିଲ୍ମ କୁ ପାଖାପାଖି ଏକ ମାସ ପର୍ଯ୍ୟନ୍ତ ଚଳାଇବାକୁ ପଡ଼ିବ। ଯାହା ଫଳରେ ଏହି ଫିଲ୍ମ ଟି ସାରା ଓଡ଼ିଶାରେ ସୁପରହିଟ ହୋଇପାରିବ’। ଆପଣ ଜାଣିଥିବେ ଗତ କିଛି ଦିନ ପୂର୍ବେ ବାବୁଶାନ୍ ଙ୍କର ଏକ ନୂଆ ଫିଲ୍ମ ‘ ବିଦ୍ୟାରାଣ’ ସାରା ଓଡ଼ିଶାରେ ରିଲିଜ୍ ହୋଇଥିଲା। ପାଖାପାଖି ୧୦୦ ରୁ ୨୦୦ ଟି ସିନେମା ହଲ ରେ ଏହାର ସ୍କ୍ରୀନିଙ୍ଗ କରାଯାଇଥିଲା। ଯାହା ଫଳରେ ଏହି ଫିଲ୍ମ ଟି ବକ୍ସ ଅଫିସ୍ ରେ ଭଲ ରେକର୍ଡ କରିଥିଲା।
ହେଲେ ବର୍ତ୍ତମାନ ବାବୁଶାନ୍ ଙ୍କର ଏହି ଫିଲ୍ମ କୁ ରିଲିଜ୍ କରିବା ପାଇଁ ମନା କରୁଛନ୍ତି ସିନେମା ହଲ ର ମାଲିକ ମାନେ। ତେବେ ଆଗକୁ ଏହି ଫିଲ୍ମ ଟି ଓଡ଼ିଶାର ସବୁ ହଲ ରେ ରିଲିଜ୍ ହୋଇପାରୁଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ବର୍ତ୍ତମାନ ବାବୁଶାନ୍ ଆଉ ଦୁଇଟି ନୂଆ ସିନେମାରେ ସୁଟିଂ ଜାରି ରଖିଛନ୍ତି।