Breaking News

(Breaking News) ଉଭା ହେଲେ ଅଦୃଶ୍ୟ ଭଗବାନ ! ଭକ୍ତଙ୍କ ଠାରୁ ଭୋଗ ଖାଇଲେ ଜୀବନ୍ତ ଶଙ୍ଖ , ଆଶ୍ଚର୍ଯ ହେଲେ ଲୋକେ … ଦେଖନ୍ତୁ ଭିଡିଓ

ଉଭା ହେଲେ ଅଦୃଶ୍ୟ ଭଗବାନ। ଭକ୍ତ ଙ୍କ ଦ୍ଵାରା ଲାଗି କରାଯାଇଥିବା ଭୋଗ ଖାଇଲେ ଜୀବନ୍ତ ଶଙ୍ଖ। ଆପଣ ସମସ୍ତଙ୍କ ଠାକୁର ଘରେ ନିଶ୍ଚୟ ଭାବରେ ଶଙ୍ଖ ଥିବ। ପ୍ରତ୍ୟେକ ହିନ୍ଦୁ ଘରେ ଶଙ୍ଖ ବଜାଇ ଠାକୁର ଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ହେଲେ କେବେ ବି ଏଭଳି ଅନନ୍ୟ ଦୃଶ୍ୟ କଥା ନା କେହି ଦେଖିଥିବେ ନାଁ କେହି ଶୁଣିଥିବେ। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏଭଳି ଏକ ଭିଡିଓ ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ।

ଏହି ଭିଡିଓ ରେ ଦେଖିବାକୁ ମିଳୁଛି, ମନ୍ଦିରରେ ଘଣ୍ଟ ଘଣ୍ଟା ବାଜୁଥିବା ଶୁଣି ମାଟି ତଳୁ ବାହାରୁଛି ଜୀବନ୍ତ ଶଙ୍ଖ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ହେଲେ ଏହା ସତ। ଶଙ୍ଖ ଯେ କେବଳ ଚାଲୁଛି ତାହା ନୁହେଁ, ମନ୍ଦିରରେ ଭୋଗ ବି ଖାଉଛି। ଏହି ଚମତ୍କାରିତା ପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ଖୁବ୍ ବିରଳ।

ତେବେ ଏଭଳି ଏକ ବିରଳ ଓ ଚମତ୍କାରିତା ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ ଠାରେ ଥିବା ରତ୍ନବଟ ମଠରେ। କୁହାଯାଏ ଓଡ଼ିଶାରେ ଥିବା ୫ ରତ୍ନବଟ ମଧ୍ୟରୁ ପାରାଦୀପ ର ଏହି ରତ୍ନ ବଟ ହେଉଛି ଅନ୍ୟତମ। ଯାହାର ରହସ୍ୟ କହିଲେ ନସରେ। ଏହି ପବିତ୍ର ରତ୍ନବଟ ଠାରେ ଏଭଳି ଏକ ରହସ୍ୟମୟ ଗଛ ଅଛି ଯେଉଁଠି ବାହାରୁଛନ୍ତି ଏକାଧିକ ସଂଖ୍ୟା ର ଜୀବନ୍ତ ଶଙ୍ଖ। ଏହି ଶଙ୍ଖ ଗୁଡ଼ିକୁ ଭକ୍ତ ମାନେ ଅଦୃଶ୍ୟ ଭଗବାନ କହି ପୂଜା ବି କରି ଆସୁଛନ୍ତି।

ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମାଳିକା ରେ ବର୍ଣ୍ଣିତ ଥିବା ସେହି ଗୁପ୍ତ ପୀଠ ହେଉଛି ପାରାଦୀପ ଠାରେ ଥିବା ରତ୍ନବଟ। କାହିଁ କେଉଁ କାଳରୁ ଏହି ପୀଠ କୁ ଭକ୍ତ ମାନଙ୍କ ସହ ସାଧୁ ସନ୍ଥ ମାନେ ଦୌଡ଼ି ଆସିଥାନ୍ତି। ସାଧୁ ସନ୍ଥ ମାନେ ଏହି ଗୁପ୍ତ ପୀଠ ରେ ରହି ସାଧନା କରିଥାନ୍ତି। ପାରାଦୀପ ର ନେହେରୁ ବଙ୍ଗଳା ନିକଟରେ ଥିବା ମହାନଦୀ ଓ ବଙ୍ଗୋପ ସାଗରର ସଙ୍ଗମ ସ୍ଥଳରେ ଥିବା ଗୋଟିଏ ଜଙ୍ଗଲରେ ରହିଛି ଏହି ରତ୍ନବଟ ପୀଠ।

ଏହି ଗୁପ୍ତ ପୀଠ ରେ ରହିଛି ସବୁକିଛି ଅଦ୍ଭୁତ। ପୂଜା ଆରମ୍ଭ ହେଲେ ଏହି ଗୁପ୍ତ ପୀଠ ରେ ରହିଥିବା ଜୀବନ୍ତ ଶଙ୍ଖ ମାନେ ଚାଲି ଆସନ୍ତି ସତେ ଯେପରି ସତେ ଯେପରି ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ। ଏଭଳି ଦୃଶ୍ୟ ଦେଖିବା ପରେ ଭକ୍ତ ମନରେ ଆହୁରି ପ୍ରଗାଢ ବିଶ୍ୱାସ ଜନ୍ମିଥାଏ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *