ଓଲିଉଡ ଇଣ୍ଡଷ୍ଟ୍ରି ର ସୁପରଷ୍ଟାର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ନବେ ଦଶକ ଓଡ଼ିଆ ସିନେମାରେ ଜବରଦସ୍ତ ଅଭିନୟ ମାଧ୍ୟମରେ ଓଲିଉଡ଼ ରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିପାରେ ସଫଳ ହୋଇପାରିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର। ଅଦ୍ୟାବଧି ଓଲିଉଡ ରେ ନିଜର ଅଭିନୟର ଯାତ୍ରା ସେ ଜାରି ରଖିଛନ୍ତି।
ତେବେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ସିଦ୍ଧାନ୍ତ ମହାପାତ୍ର ଙ୍କର ଏକ ନୂଆ ଫିଲ୍ମ। ଯାହାର ନାଁ ହେଉଛି ‘ବାପା ସୁପରମ୍ୟାନ’। ଏହି ସିନେମାରେ ଦର୍ଶକ ମାନେ ଗୋଟିଏ ବାପା ଓ ପୁଅ ଭିତରେ ଥିବା ନିଆରା ସମ୍ପର୍କ କୁ ଦେଖିବାକୁ ପାଇବେ। ବର୍ତ୍ତମାନ ଏହି ସିନେମାର ସୁଟିଂ ଜାରି ରହିଥିବା ବେଳେ ଏହି ସିନେମାକୁ ନେଇ ଅନେକ କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେହି କେହି କହୁଛନ୍ତି ଯେ ଏହି ସିନେମାରେ ସିଦ୍ଧାନ୍ତ ଙ୍କ ପୁଅ ଭୂମିକାରେ ତାଙ୍କର ନିଜ ପୁଅ ନଜର ଆସିବେ।
ତେବେ ନିକଟରେ ଏକ ସାକ୍ଷାତକାର ରେ ଯୋଗ ଦେଇ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏହି ସବୁ କାହାଣୀ ଉପରୁ ପରଦା ଓଠାଇଛନ୍ତି। ସେ କହିଛନ୍ତି, ସିନେମାରେ ଯିଏ ତାଙ୍କର ପୁଅ ଭୂମିକାରେ ନଜର ଆସୁଛନ୍ତି, ସେ ତାଙ୍କ ଜନ୍ମିତ ପୁଅ ନ ହୋଇଥିଲେ ମଧ୍ୟ ନିଜ ପୁଅ ଭଳି।ଏହି ସାକ୍ଷାତକାରରେ ଯେତେବେଳେ ଅଭିନେତା ସିଦ୍ଧାନ୍ତ ଙ୍କୁ ଯେତେବେଳେ ପଚରା ଯାଇଥିଲା ଆପଣ ବାସ୍ତବରେ କଣ ସତରେ ସୁପରମ୍ୟାନ? ଏହାର ଉତ୍ତରରେ ଅଭିନେତା ସିଦ୍ଧାନ୍ତ କହିଛନ୍ତି ଯେ ଏହି ପ୍ରଶ୍ନ ତାଙ୍କ ପୁଅ ଆଉ ଝିଅଙ୍କୁ ପଚାରିଲେ ବେଶି ପ୍ରଯୁଜ୍ୟ ହେବ।
ତାଙ୍କ ବାପା ସୁପରମ୍ୟାନ କି ନୁହେଁ ସେମାନେ ହିଁ ଭଲ ରେ କହିପାରିବେ। କିନ୍ତୁ ଅଭିନେତା ସିଦ୍ଧାନ୍ତ କହିଛନ୍ତି ଯେ ତାଙ୍କର ଯେତେବେଳେ ଯାହା ଦରକାର ହୋଇଥାଏ ସବୁବେଳେ ତାଙ୍କ ପୁଅ ଝିଅଙ୍କ ପାଖରେ ଛିଡ଼ା ହୋଇଛନ୍ତି।କେବେ ତାଙ୍କୁ ଏକା ଅନୁଭବ କରିନାହାନ୍ତି।ଘରେ ତାଙ୍କ ଝିଅ ହେଉଛି ଅଧିକା ଗେହ୍ଲା।
ଏହା ସହିତ ଯେତେବେଳେ ତାଙ୍କୁ ପଚରା ଯାଇଥିଲା ଯେ ସେ କେଉଁ ଆୱାର୍ଡ଼ ନେବାକୁ ଚାହାଁନ୍ତିନାହିଁ। ଏହା ଉତ୍ତରରେ ସେ କହିଥିଲେ ଯେ ସେ କେବେ ବି ଲାଇଫ ଟାଇମ୍ ଅଚିଭମେଣ୍ଟ ଆୱାର୍ଡ଼ ନେବାକୁ ଚାହାଁନ୍ତିନାହିଁ। ସିଦ୍ଧାନ୍ତ କହିଥିଲେ, ମୁଁ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଅଭିନୟ କରିବାକୁ ଚାହେଁ। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମତେ ଲାଇଫ ଟାଇମ୍ ଅଚିଭମେଣ୍ଟ ଆୱାର୍ଡ଼ ମିଳୁ ତାହା ମୁଁ ଚାହେଁନି। ମରିବା ପରେ ଦର୍ଶକ ମାନେ ହିଁ ଗଣିବେ ମୁଁ ମୋ ଜୀବନରେ ଅଚିଭ୍ କରିଛି।