ଆପଣ ଜାଣିଥିବେ ଓଲିଉଡ ର ଲୋକପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତି ବର୍ତ୍ତମାନ ହସ୍ପିଟାଲ୍ ବେଡ୍ ରେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ତାଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। ତେବେ ଏଭଳି କଠିନ ସମୟରେ ବାବୁଶାନ୍ ଙ୍କ ସହ ଦେଖା କରିବାକୁ ନିୟମିତ ହସ୍ପିଟାଲ୍ ଆସୁଛନ୍ତି ପତ୍ନୀ ତୃପ୍ତି ଶତପଥୀ। ଲଗାତାର ଭାବରେ ସେ ହସ୍ପିଟାଲ୍ ଯାଇ ସ୍ବାମୀ ଙ୍କ ଯତ୍ନ ନେଉଛନ୍ତି। ଆଉ ବାବୁଶାନ୍ ଙ୍କ ମନ ପସନ୍ଦର ଖାଇବା ମଧ୍ୟ ତିଆରି କରି ନେଉଛନ୍ତି।
ଦୀର୍ଘ ଦିନର ବାଦ ବିବାଦ ପରେ ଏବେ ପୁଣି ଥରେ ଏକାଠି ହୋଇଛନ୍ତି ବାବୁଶାନ୍ ଓ ତୃପ୍ତି। ଆଉ ଯାହା ସୂଚନା ମିଳିଛି ଧୀରେ ଧୀରେ ବାବୁଶାନ୍ ଙ୍କ ସ୍ୱାସ୍ଥ୍ୟବସ୍ଥା ରେ ମଧ୍ୟ ସୁଧାର ଆସୁଛି। ବାବୁଶାନ୍ ଆଜି ହସ୍ପିଟାଲ୍ ରୁ ଡିସଚାର୍ଜ ହୋଇପାରନ୍ତି ବୋଲି ଶୁଣିବାକୁ ମିଳିଛି। ତେବେ ଏଭଳି ସମୟରେ ସ୍ବାମୀଙ୍କୁ ଘରକୁ ନେବା ପାଇଁ ହସ୍ପିଟାଲ୍ ରେ ଆସି ପହଂଚିଛନ୍ତି ତୃପ୍ତି।
ତେବେ ସୂଚନା ଥାଉ କି, ତରଙ୍ଗ ଚ୍ୟାନେଲ ପକ୍ଷରୁ ଆୟୋଜିତ ଏକ ପ୍ରମୋସନାଲ ଏଭେଣ୍ଟ ରେ କିଛି ଦିନ ତଳେ ବାବୁଶାନ୍ ଯୋଗ ଦେଇଥିଲେ। ଏହି ଏଭେଣ୍ଟର ନାଁ ଥିଲା ରାଇଡିଂ ଫର୍ ଦମନ। ଯେଉଁଥିରେ ବାବୁଶାନ୍ ଗାଡି ଧରି ବାହାରିଥିଲେ ଲଦାଖ ଅଭିମୁଖେ। ତେବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ନିଜ ଫିଲ୍ମ କୁ ପ୍ରମୋଟ ମଧ୍ୟ କରିଥିଲେ।
ତେବେ ଲଦାଖ ରାଇଡ ସମୟରେ ହଠାତ୍ ବାବୁଶାନ୍ ଙ୍କ ଅକ୍ସିଯେନ୍ ଲେଭେଲ କମି ଯାଇଥିଲା। ଯାହା ପରେ ସେଠାରେ ତାଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସୁସ୍ଥ ହୋଇ ସେ ଓଡ଼ିଶାରେ ପହଞ୍ଚିଥିଲେ। ହେଲେ ଏଠାରେ ପହଞ୍ଚିବା ପରେ ପୁନର୍ବାର ତାଙ୍କର ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା। ଯାହାଫଳରେ ତାଙ୍କୁ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବାବୁଶାନ୍ ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଦମନ ଚଳିତ ବର୍ଷ ଦଶହରା ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମ ପାଇଁ ସେ ଅନେକ ପରିଶ୍ରମ କରିଛନ୍ତି। ସମସ୍ତେ ଚାହୁଛନ୍ତି ବାବୁଶାନ୍ ଙ୍କ ଏହି ଫିଲ୍ମ ସୁପରହିଟ ହେଉ। ଆଉ ଏ ସିନେମା ହେଉଛି ଏଭଳି ଏକ ସିନେମା ଯାହା ଓଡ଼ିଶା ବାସୀ ଙ୍କୁ ଏକ ଭିନ୍ନ ପରିଚୟ ଦେବ। ଏହି କାହାଣୀ ଟି ଏକ ସତ କାହାଣୀ ଉପରେ ପର୍ଯ୍ୟବେଷିତ।ତେବେ ଖୁବ୍ ଶୀଘ୍ର ବାବୁଶାନ୍ ସଂପୂର୍ଣ୍ଣ ଭାବରେ ସୁସ୍ଥ ହୋଇଯାଆନ୍ତୁ ବୋଲି ତାଙ୍କ ଅଗଣିତ ଫ୍ୟାନ୍ସ ମାନେ କାମନା କରୁଛନ୍ତି।