Breaking News

(Breaking News) ଗଞ୍ଜେଇ ଖୋଜୁ ଖୋଜୁ ଧରା ପଡିଲା କ୍ଵିଣ୍ଟାଲ କ୍ଵିଣ୍ଟାଲ ଅଧିକ ରୂପା ଇଟା … ଦେଖନ୍ତୁ ଭିଡିଓ

ଗଞ୍ଜେଇ ଗାଡି ଯାଞ୍ଚ ବେଳେ ଧରା ପଡିଲା କ୍ଵିଣ୍ଟାଲ ରୁ ଅଧିକ ରୂପା ଇଟା। ଆଜି କଟକ ଟାଙ୍ଗୀ ଟୋଲଗେଟ ନିକଟରୁ ରୂପା ଭର୍ତ୍ତି ଏକ କାର୍ କୁ ଜବତ କରାଯାଇଛି। ଏହା ସହିତ ଗାଡ଼ିରେ ଥିବା ଦୁଇ ଜଣଙ୍କୁ ଅଟକ ରଖି ପଚରଉଚରା କରୁଛି ଜିଏସଟି ଓ କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ। ତାଙ୍କ ପାଖରୁ ନଗଦ ୧୪ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି।

ତେବେ ଅଟକ ଦୁଇ ଯୁବକ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି। ଏହି ରୁପାକୁ ଆସ୍କା ରୁ ପଶ୍ଚିମବଙ୍ଗ ର ଖଡ଼ଗପୁର କୁ ଚାଲାଣ କରାଯାଉଥିଲା। ତେବେ ଗଞ୍ଜେଇ ଗାଡି ସନ୍ଦେହରେ ଚେକିଂ ବେଳେ ବାଙ୍କୀ ଟୋଲଗେଟରେ ଏହି କାର ଭିତରୁ କ୍ଵିଣ୍ଟାଲ ରୁ ଅଧିକ ରୂପା ଇଟା, ଅଳଙ୍କାର ଓ ଲକ୍ଷ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି।

ଅଭିଯୁକ୍ତ ମାନେ କାର ଭିତରେ ଏକ ଚୋରା ଚାମ୍ବର କରି ଏହି ରୂପା ଇଟା ଗୁଡ଼ିକୁ ନେଉଥିଲେ। ହେଲେ ବାଟରେ ଯିବା ସମୟରେ କଟକ ବାଙ୍କୀ ଠାରେ ଅବକାରୀ ବିଭାଗର ଯାଞ୍ଚ ବେଳେ ଏହି ରୂପା ଇଟା ଓ ନଗଦ ଟଙ୍କା ଧରା ପଡ଼ିଛି। ଅବକାରୀ ବିଭାଗ ଘଟଣାସ୍ଥଳରେ ରୂପା ଇଟା ସବୁ ଜବତ କରି ଜିଏସଟି ବିଭାଗକୁ ଖବର ଦେଇଥିଲେ। ତେବେ ଖବର ପାଇ ଘଟଣାସ୍ଥଳରେ ଜିଏସଟି ବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

ତେବେ ଅଭିଯୁକ୍ତ ଙ୍କ କହିବାନୁଯାୟୀ, ଆସ୍କା ର ବାବୁ ଭାଇ ନାମକ ଜଣେ ରୂପା ବ୍ୟବସାୟୀ ଏହି ରୂପା ଇଟା ଗୁଡ଼ିକୁ ଖଡ଼ଗପୁର ରେ ପହଞ୍ଚାଇବାକୁ ଅର୍ଡର ଦେଇଥିଲେ। ସେ ଏହି ନଗଦ ୧୪ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। ତେବେ ଖଡ଼ଗପୁର ର ଅମିତ୍ ମାଝୀ ମାନକ ଜଣେ ବ୍ୟକ୍ତି ଙ୍କ ପାଖରେ ଏହି ରୂପା ଇଟା ପହଞ୍ଚାଇବାକୁ ଅର୍ଡର ଥିଲା।

ତେବେ ଏଠାରେ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି। କିଏ ଏହି ବାବୁ ଭାଇ? ଯାହାର ଅର୍ଡର ରେ ଏତେ ମାତ୍ରାରେ ରୂପା ଇଟା ଚାଲାଣ କରାଯାଉଥିଲା। ଯଦି ଏହା ବେଆଇନ ନୁହେଁ , ତେବେ କଣ ପାଇଁ ଏହାକୁ ଚୋରା ଚାଲାଣ କରାଯାଉଥିଲା?। ତେବେ ଆଗକୁ ଅଧିକ ତଦନ୍ତ ପରେ ହିଁ ଏହାର ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *