ଟୁଙ୍ଗୁରୁ ଆଖିରେ ଲୁହ ଦେଖି ସହି ପାରିଲେନି ବର୍ଷା। ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ଅଟୋ ପ୍ରେମ କାହାଣୀ ସାରା ରାଜ୍ୟ ବାସୀ ଦେଖିଛନ୍ତି। ଏହା ସାଧାରଣ ଗୋଟିଏ ପ୍ରେମ ନଥିଲା। ଟିକେ ଅଲଗା ଥିଲା ଏହି କାହାଣୀ। ହେଲେ ଆଜି ଟୁଙ୍ଗୁରୁ ଆଖିରେ ଲୁହ ଦେଖି କେମିତି ବା ସହିବେ ବର୍ଷା। ଆପଣ ମାନେ ଜାଣିଥିବେ ଯେତେବେଳେ ବର୍ଷା ଓ ଟୁଙ୍ଗୁରୁ ଉଭୟ ଉଭୟଙ୍କୁ ପ୍ରେମ କରୁଥିଲେ ସେତେବେଳେ ବର୍ଷା ନିଜ ସ୍ବାମୀ ଓ ପିଲା ମାନଙ୍କୁ ଛାଡି ଚାଲି ଆସିଥିଲେ।
ଆଉ ଆଜି ଯେତେବେଳେ ଟୁଙ୍ଗୁରୁ କାନ୍ଦୁଛି , ଟୁଙ୍ଗୁରୁ ଆଖିରେ ଲୁହ ଦେଖି କେମିତି ବା ସହିବେ ବର୍ଷା। ଏବେ ଟୁଙ୍ଗୁରୁ ଭୋଳ ସମସ୍ୟା ରେ ପଡିଛନ୍ତି। କହୁଛନ୍ତି ଗଣମାଧ୍ୟମ କେହି ବି ମୋ ପାଖକୁ ଆସୁ ନାହାଁନ୍ତି। ମିଡିଆ ବାଲା ଆଗରୁ ମୋ ପାଖକୁ ଆସୁଥିଲେ, ମୋ ପ୍ରେମ କାହାଣୀ କୁ ରଙ୍ଗ ଦେଉଥିଲେ। ହେଲେ ଏବେ ମୁଁ ହଇରାଣ ହେଉଛି କିନ୍ତୁ କେଉଁ ମିଡିଆ ଭାଇ ମାନେ ମୋ ପାଖକୁ ଆସୁ ନାହାନ୍ତି।
ଆଉ ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏବେ ବର୍ଷା ଙ୍କ ଆଖିରୁ ଝରି ପଡୁଛି ଲୁହ। ଟୁଙ୍ଗୁରୁ ପାଇଁ ପାଗଳ ହେଉଥିବା ବର୍ଷା ଆଜି ବି ଟୁଙ୍ଗୁରୁ ଆଖିରେ ଲୁହ ଦେଖି ସହି ପାରୁନାହାନ୍ତି। ଦିନେ ବର୍ଷା କହିଥିଲେ, ଟୁଙ୍ଗୁରୁ ର ପ୍ରତିଟି ଅଙ୍ଗରେ କେବଳ ବର୍ଷା ଅଛି। ହେଲେ ଆଜି ଯେତେବେଳେ ଟୁଙ୍ଗୁରୁ ସମସ୍ୟା ରେ ଅଛନ୍ତି ସେତେବେଳେ ଟୁଙ୍ଗୁରୁ ଙ୍କୁ ପାଗଳପ୍ରାୟ ଭଲ ପାଉଥିବା ବର୍ଷା କଣ ତାଙ୍କୁ ଛାଡି ରହିପାରିବେ!
ଯାହା ଶୁଣିବାକୁ ମିଳିଛି, ଟୁଙ୍ଗୁରୁ ଙ୍କୁ କୁଆଡେ ଏବେ ବର୍ଷା ଝୁରି ହେଉଛନ୍ତି।ଆଉ ଏଭଳି ସମସ୍ୟାରେ ତାଙ୍କ ସାଥ ଦେବେ ବୋଲି ଜଣାପଡିଛି। ଆଉ ଏହାବି ଚର୍ଚ୍ଚା ହେଉଛି ଯେତେବେଳେ ଟୁଙ୍ଗୁରୁ ଭୋଳ ପାଖରେ ବର୍ଷା ରହୁଥିଲେ ସେତେବେଳେ ଟୁଙ୍ଗୁରୁ ଙ୍କ ପାଖରେ ସବୁ ସାହସ ଥିଲା। ହେଲେ ଏବେ କୁଆଡେ ଟୁଙ୍ଗୁରୁ ଭୋଳ ଏକୁଟିଆ ରହୁଛନ୍ତି।
ଆଉ ଏବେ ତାଙ୍କ ଜୀବନରେ ସମସ୍ୟା ଆସିଯାଇଛି। ଟୁଙ୍ଗୁରୁ ଭୋଳଙ୍କ ୩୦ ଲକ୍ଷ ଟଙ୍କାର ଜାଗା କୁ କୁଆଡେ ତହସିଲଦାର, ପୋଲିସ ଓ ଚେୟାରମ୍ୟାନ ମିଶି ବେଆଇନ ଘୋଷଣା କରିଦେଇଛନ୍ତି। ଏଭଳି ସମସ୍ୟା ରେ ଟୁଙ୍ଗୁରୁ ଅକନିଃଶ୍ୱାସି ହୋଇ ଗଣମାଧ୍ୟମ କୁ ଖୋଜୁଛନ୍ତି। ହେଲେ ଏବେ ଟୁଙ୍ଗୁରୁଙ୍କ ପାଖକୁ କୌଣସି ଗଣମାଧ୍ୟମ ଆସୁନାହାନ୍ତି। ତେବେ ଏଭଳି ସମସ୍ୟା ରେ ବର୍ଷା ଟୁଙ୍ଗୁରୁ ଙ୍କ ସାଥ ଦେବେ ବୋଲି ଚର୍ଚ୍ଚା ହେଉଛି।