Breaking News

(Breaking News) ପାକିସ୍ତାନୀ ଙ୍କ ମୁହଁରେ ଭାରତୀୟ ଜାତୀୟ ସଙ୍ଗୀତ , ସୋସିଆଲ ମିଡିଆ ରେ ହେଲା ଭାଇରାଲ୍ – ଦେଖନ୍ତୁ

ପାକିସ୍ତାନୀ ଙ୍କ ମୁହଁରେ ଭାରତୀୟ ଜାତୀୟ ସଙ୍ଗୀତ। ସୁରିଲା ସ୍ଵରରେ ଭାରତୀୟ ଙ୍କୁ ଦେଲେ ଉପହାର। ଭାରତର ୭୫ ତମ ସ୍ୱାଧୀନତା ଦିବସ ଦିନ ଜଣେ ପାକିସ୍ତାନୀ ଯୁବକ ଅତି ସୁନ୍ଦର ଭାବରେ ଭାରତୀୟ ଜାତୀୟ ସଙ୍ଗୀତ ପରିବେଷଣ କରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

ତେବେ ସଙ୍ଗୀତ କେବଳ ମନୋରଞ୍ଜନ ର ଏକ ମାଧ୍ୟମ। ଏଥିପାଇଁ କୌଣସି ସୀମା ନାହିଁ କି କୌଣସି ବାଧା ନାହିଁ। ସବୁ ଜାତି ଧର୍ମ ଠୁ ଉପରେ ଗୋଟିଏ ସଙ୍ଗୀତଜ୍ଞ ପାଇଁ ତାର ସଙ୍ଗୀତ। ଆଉ ଏବେ ଏହାକୁ ପ୍ରମାଣିତ କରିଛନ୍ତି ଏହି ପାକିସ୍ତାନୀ ସଙ୍ଗୀତକାର ଜଣକ। ସ୍ୱାଧୀନତା ଦିବସରେ କୋଟି କୋଟି ଭାରତୀୟ ମାନଙ୍କୁ ଏକ ବିରାଟ ଉପହାର ଦେଇଛନ୍ତି ଏହି ପାକିସ୍ତାନୀ ସଙ୍ଗୀତକାର।

ଭାରତୀୟ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ କୁ ନିଜ ବାଦ୍ୟ ଯନ୍ତ୍ର ରେ ସ୍ଥାନ ଦେଇଛନ୍ତି ପାକିସ୍ତାନ ର ଏହି କଳାକାର। ଏହି ବ୍ୟକ୍ତି ଜଣକର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଥିବା ବେଳେ ଲୋକ ମାନେ ମଧ୍ୟ ଏହି ବ୍ୟକ୍ତି ଜଣକ ଅଦ୍ଭୁତ କଳା ପାଇଁ ତାଙ୍କୁ ଖୁବ୍ ପସନ୍ଦ କରୁଛନ୍ତି।


ଗତ ଅଗଷ୍ଟ ୧୫ ତାରିଖ ଦିନ ବ୍ୟକ୍ତି ଜଣକ ଏହି ଭିଡିଓ କୁ ନିଜ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ଭାଇରାଲ୍ ହେବାରେ ଲାଗିଥିଲା। ବିଶେଷ କରି ଭାରତୀୟ ମାନେ ବ୍ୟକ୍ତି ଜଣକର ଏଭଳି ନିଆରା ଉପହାର ଦେଖି ଖୁବ୍ ଖୁସି ହେଉଛନ୍ତି। ସୋସିଆଲ ମିଡିଆରେ ୟୁଜର ମାନେ ଉକ୍ତ ପାକିସ୍ତାନୀ କଳାକାର ଙ୍କର ଭୂରି ଭୂରି ପ୍ରଶଂସା କରୁଛନ୍ତି।

ତେବେ ଏହା ପ୍ରଥମ ଭିଡିଓ ନୁହେଁ, ପାକିସ୍ତାନୀ ସଙ୍ଗୀତକାର ଜଣକ ନିଜ ବାଦ୍ୟ ଯନ୍ତ୍ର ମାଧ୍ୟମରେ ଆହୁରି ଅନେକ ଗୀତ ପରିବେଷଣ କରିଛନ୍ତି। ହେଲେ ନିକଟରେ ସେ ପରିବେଷଣ କରିଥିବା ଭାରତୀୟ ଜାତୀୟ ସଙ୍ଗୀତ ଭିଡିଓ ଟି ଖୁବ୍ କମ୍ ସମୟ ଭିତରେ ଅନେକ ଲୋକପ୍ରିୟତା ହାସଲ କରିପାରିଛି।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *