ଆମ ଓଲିଉଡ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯିଏ ନିଜର ଜବରଦସ୍ତ ଅଭିନୟ ବଳରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ତେବେ ଓଲିଉଡ ର ସେହିଭଳି ଦୁଇ ଜଣ ଆଗଧାଡିର ଅଭିନେତ୍ରୀ ହେଉଛନ୍ତି ପ୍ରକୃତି ମିଶ୍ର ଓ ଭୂମିକା ଦାସ। ଏହି ଦୁଇ ଅଭିନେତ୍ରୀ ଙ୍କୁ ଆପଣ ବେଶ୍ ଭଲ ଭାବରେ ଜାଣିଥିବେ। ଦୁହିଁଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣ ବଡ଼ ପରଦାରେ ଦେଖିବାକୁ ପାଇଥିବେ।
ଯଦିଓ ଏହି ଦୁଇ ଅଭିନେତ୍ରୀ ଏକା ସାଙ୍ଗରେ କୌଣସି ସିନେମାରେ ନଜର ଆସି ନାହାଁନ୍ତି ହେଲେ ସୋସିଆଲ ମିଡିଆରେ ଦୁହିଁଙ୍କର ଏକା ସାଙ୍ଗରେ ଅନେକ ଫଟୋ ଓ ଭିଡିଓ ରହିଛି। ନିକଟରେ ସୋସିଆଲ ମିଡିଆରେ ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଓଲିଉଡ ର ଏହି ଦୁଇ ଜବରଦସ୍ତ ଅଭିନେତ୍ରୀ ଏକା ସାଙ୍ଗରେ ନାଚୁଥିବାର୍ ନଜର ଆସୁଛନ୍ତି।
ତେବେ ଆପଣ ଜାଣିଥିବେ ଅଭିନେତ୍ରୀ ଭୂମିକା ଅତି କମ୍ ବୟସରୁ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ପ୍ରଥମେ ସେ ଶିଶୁ କଳାକାର ଭାବରେ କିଛି ସିନେମାରେ ଅଭିନୟ କରିଥିଲେ। ଏହାପରେ ସେ ତୁ ମୋ ଲଭ୍ ଷ୍ଟୋରି ଫିଲ୍ମ ଜରିଆରେ ଓଲିଉଡ ରେ ମୁଖ୍ୟ ଅଭିନେତ୍ରୀ ଭାବରେ ନିଜର ଦେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରର ଟି ତାଙ୍କୁ ରାତାରାତି ଲୋକପ୍ରିୟ କରାଇ ଦେଇଥିଲା। ଏହାପରେ ସେ ଅନେକ ଗୁଡ଼ିଏ ହିଟ୍ ଫିଲ୍ମ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି।
ସେହିଭଳି ଅଭିନେତ୍ରୀ ପ୍ରକୃତି ମିଶ୍ର ଓଲିଉଡ ରେ କିଛି ହାତ ଗଣତି ସିନେମା କରିଥିଲେ ମଧ୍ୟ ତାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ଓଲିଉଡ ର ଆଗଧାଡ଼ିର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ସେ ମଧ୍ୟ ଜଣେ। ପ୍ରକୃତି ନ୍ୟାସନାଲ ଟେଲିଭିଜନ ର କିଛି ରିଆଲିଟି ଶୋ ରେ ନଜର ଆସିଛନ୍ତି। ଏହା ସହିତ ଖୁବ୍ ଶୀଘ୍ର ସେ ନିଜର ବଲିଉଡ ଡେବ୍ୟୁ କରିବାକୁ ମଧ୍ୟ ଯାଉଛନ୍ତି।
ତେବେ ଯେପରିକି ସମସ୍ତେ ଜାଣିଥିବେ ଉଭୟ ପ୍ରକୃତି ଓ ଭୂମିକା ହେଉଛନ୍ତି ପ୍ରଶିକ୍ଷିତ ଓଡ଼ିଶୀ ନୃତ୍ୟଶିଳ୍ପୀ। ଦୁହେଁ ଓଡ଼ିଶୀ ନୃତ୍ୟ ରେ ଅନେକ ପୁରସ୍କାର ହାସଲ କରିଛନ୍ତି। ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୁହିଁଙ୍କର ଏକ ଭିଡିଓ। ଯେଉଁଥିରେ ଦୁହେଁ ଜବରଦସ୍ତ ନାଚୁଥିବାର ନଜର ଆସୁଛନ୍ତି। ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥବା ବେଳେ ସୋସିଆଲ ମିଡ଼ିଆ ୟୁଜର ମାନେ ଏହି ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।