ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ନିକଟରେ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଏକ ବଡ ଖୁଲାସା କରିଛନ୍ତି ପପୁ ପମପମ୍। ଯାହାକୁ ନେଇ ଏବେ ତାଙ୍କର ଫ୍ୟାନ୍ସ୍ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ତେବେ କଣ ରହିଛି ପ୍ରକୃତ ଖବର ଆସନ୍ତୁ ଜାଣିବା ।
ତେବେ ଗତ କିଛି ଦିନ ତଳେ ପପୁ ଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ରୁ ଏକ ଫଟୋ ସେୟାର କରାଯାଇଥିଲା। ଯେଉଁଥିରେ ଜଣେ ମୃତ ବ୍ୟକ୍ତିଙ୍କ ଫଟୋ ରହିଥିଲା। ଏହି ଫଟୋ ଦେଖିବା ପରେ ସମସ୍ତେ ଏହା ଭାବିଥିଲେ ଯେ ପପୁ ଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି। ଯାହାପରେ ସମସ୍ତେ ପପୁ ଙ୍କୁ ସମବେଦନା ଜଣାଇଥିଲେ।
ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଇନଷ୍ଟାଗ୍ରାମ ଆକାଉଣ୍ଟ୍ କୁ ପପୁ ପମପମ୍ ଙ୍କର ଫେକ୍ ଆକାଉଣ୍ଟ୍ ଥିଲା। ଯାହାକୁ ଅନ୍ୟ ଜଣେ ବ୍ୟକ୍ତି ଅନେକ ଦିନ ହେଲା ପପୁ ଙ୍କ ପରିଚୟରେ ଚଳାଇଥିଲେ। ଏହି ଆଇଡି ର ନାଁ ହେଉଛି ‘ପପୁ ପମ୍ ପମ୍ ୦୫୦୫ ‘। ଏହି ଆକାଉଣ୍ଟ୍ ରେ ପାଖା ପାଖି ଦେଢ଼ ଲକ୍ଷ ରୁ ଅଧିକ ଫଲୋୟର ଅଛନ୍ତି।
ତେବେ ପପୁ ଙ୍କ ନାଁ ରେ ଏହି ଫେକ୍ ଆକାଉଣ୍ଟ୍ ଚଲାଉଥିବା ବ୍ୟକ୍ତି ଙ୍କ ବାପା ଙ୍କର କିଛି ଦିନ ତଳେ ଦେହାନ୍ତ ହୋଇଥିଲା। ଯାହାର ଫଟୋ ସେ ସେହି ଆକାଉଣ୍ଟ୍ ରେ ସେୟାର କରିଥିଲେ। ଏହା ଦେଖିବା ପରେ ଲୋକ ମାନେ ଭାବିଥିଲେ ଯେ ପପୁ ଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି।
ତେବେ ପପୁ ଏ ବିଷୟରେ ଜାଣିବା ପରେ ଉକ୍ତ ଫେକ ଆକାଉଣ୍ଟ୍ ଚଳାଉଥିବା ବ୍ୟକ୍ତିଙ୍କ ସହ କୌଣସି ପ୍ରକାରେ ଯୋଗାଯୋଗ କରିଥିଲେ। ଆଉ ଜଣକ ବିନା ଅନୁମତିରେ ତାଙ୍କ ନାଁ ଓ ଫଟୋ ଦେଇ ନକଲି ଆଇଡି ଚଲାଇବା ଆଇନ୍ ଗତ ଅପରାଧ ବୋଲି ତାଙ୍କୁ ବୁଝାଇଥିଲେ। ତେବେ ପପୁ ଙ୍କ ଠାରୁ ସବୁ ଶୁଣିବା ପରେ ବ୍ୟକ୍ତି ଜଣକ ସେହି ଆକାଉଣ୍ଟ୍ ର ଆଇଡି ଓ ପାସୱାର୍ଡ ପପୁଙ୍କ ହସ୍ତାନ୍ତର କରିଥିଲେ।
ଏବେ ପରଠାରୁ ପପୁ ଙ୍କର ଏହା ଅଫିସିଆଲ୍ ଆକାଉଣ୍ଟ୍। ତେବେ ଏହି ଆକାଉଣ୍ଟ୍ ରୁ ପପୁ ଏକ ଭିଡିଓ ମେସେଜ ଜାରି କରି ସମସ୍ତ ଘଟଣା ଲୋକ ମାନଙ୍କ ଆଗରେ କହିଛନ୍ତି। ଯାହା ପରେ ଏବେ ପପୁ ଙ୍କ ଅଗଣିତ ଫ୍ୟାନ୍ସ ମାନଙ୍କୁ ଆଶ୍ୱସ୍ତି ମିଳିଛି।