Breaking News

(Breaking News) ବାରବାଟୀରେ ଚାଲିଥିଲା ଖେଳ, VIP ବକ୍ସରେ ଅର୍ଚ୍ଚନା ସହ ଥିଲେ ଏହି ବଡ ନେତା ? … ଦେଖନ୍ତୁ ଭିଡିଓ

ମାୟାବିନୀ ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ସମ୍ପର୍କ ରେ ଦିନକୁ ଦିନ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।ସବୁ ରାଜନୈତିକ ଦଳର ନେତା, ବିଲଡର, ବ୍ୟବସାୟୀ ଓ ଫିଲ୍ମ କଳାକାର ଙ୍କ ନାଁ ଏବେ ଅର୍ଚ୍ଚନା ଙ୍କ ମାମଲାରେ ସାମ୍ନାକୁ ଆସିବାରେ ଲାଗିଛି। ଅନେକ ନେତା ଙ୍କ ସହ ଅର୍ଚ୍ଚନା ଙ୍କ ଫଟୋ ସୋସିଆଲ ମିଡିଆରେ ଘୁରୁଥିବା ବେଳେ ପୂର୍ବତନ ମନ୍ତ୍ରୀ ଙ୍କ ସହ ଅର୍ଚ୍ଚନା ଙ୍କ ସମ୍ପର୍କ ଥିବା ଏବେ ଜଣାପଡୁଛି।

ଦିନ ଯେତେ ଗଡୁଛି ଫଟୋ ର ସଂଖ୍ୟା ସେତେ ବଢିବାରେ ଲାଗିଛି। ଆଉ ଏବେ ଏମିତି ଏକ ଫଟୋ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଏହି ଫଟୋ ରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଜଣେ ବିଧାୟକ ଙ୍କ ସହ ଅର୍ଚ୍ଚନା ବାରବାଟୀ ଷ୍ଟାଡିୟମ୍ ଯାଇ କ୍ରିକେଟ ମ୍ୟାଚ୍ ଦେଖିଥିବା ଦେଖିବାକୁ ମିଳିଛି

ଏହି ମ୍ୟାଚ୍ ହେବା ସମୟରେ ନେତା ମନ୍ତ୍ରୀ ମାନେ ଅର୍ଚ୍ଚନା ଙ୍କ ଘରକୁ ମାଳ ମାଳ ଟିକେଟ ପଠାଇଥିଲେ। ତାଙ୍କ ପାଖକୁ ୫୦ ରୁ ଅଧିକ ଭିଆଇପି ଟିକେଟ ଆସିଥିଲା। ଯାହାକୁ ସେ ଓଲିଉଡ ର ଅନେକ କଳାକାର ମାନଙ୍କୁ ବାଣ୍ଟି ଦେଇଥିଲେ। ଅର୍ଚ୍ଚନା ଙ୍କ ଠାରୁ ଟିକେଟ ନେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଅଧିକାଂଶ ମହିଳା କଳାକାର ଥିଲେ।

ତେବେ ସେମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀ ଟିକେଟ ପାଇଥିବାରୁ ଅର୍ଚ୍ଚନା ଙ୍କୁ ଇନ୍ଷ୍ଟାଗ୍ରାମରେ ଧନ୍ୟବାଦ ଜଣାଇଥିଲେ। ହେଲେ ଏବେ ଅର୍ଚ୍ଚନା ଗିରଫ ହେବାପରେ ସେହି କଳାକାର ମାନେ ପୋଷ୍ଟ ଗୁଡ଼ିକୁ ଡିଲିଟ କରିଦେଇଛନ୍ତି। ତେବେ ଅର୍ଚ୍ଚନା କେବଳ ଟିକେଟ ବାଣ୍ଟୁଥିଲେ ତାହା ନୁହେଁ ସେ ନିଜେ ମଧ୍ୟ ମ୍ୟାଚ୍ ଦେଖିବାକୁ ଯାଇଥିଲେ।

ହେଲେ ତାଙ୍କ ସହ ତାଙ୍କ ସ୍ଵାମୀ କିମ୍ବା ପୁଅ ମ୍ୟାଚ୍ ଦେଖିବାକୁ ଯାଇନଥିଲେ। ବରଂ ସେ ଯାହା ସହ ମ୍ୟାଚ୍ ଦେଖିବାକୁ ଯାଇଥିଲେ ସେ ହେଉଛନ୍ତି ଜଣେ ପୂର୍ବତନ ମନ୍ତ୍ରୀ। ପୋଲିସ ଅର୍ଚ୍ଚନା ଙ୍କ ମେଲ ଆଇଡି ଯାଞ୍ଚ କରିବା ସମୟରେ ପୋଲିସ କୁ ସେଥିରୁ ୭୫ ଟି ଫଟୋ ମିଳିଛି। ସେଥିରୁ ଗୋଟିଏ ଫଟୋ ଏହି ମ୍ୟାଚ୍ ସମୟରେ ଉଠା ଯାଇଛି। ଏହି ଫଟୋ ରେ ଦେଖିବାକୁ ମିଳିଛି ଯେ, ଅର୍ଚ୍ଚନା ଙ୍କ ଆଗ ସିଟ୍ ରେ ବିଧାୟକ ବସିଛନ୍ତି। ତେବେ ପୋଲିସ ଯଦି କାହା ଚାପ ରେ ନ ଆସି ପ୍ରମାଣକୁ ଲୋକଲୋଚନକୁ ଆଣେ ତେବେ ଏହି ବିଧାୟକ ଙ୍କ ଉପରୁ ପରଦା ହଟିବ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *