Breaking News

(Breaking News) ବାସନ ମାଜିଲେ ଓଡିଆ ଅଭିନେତା ଅନୁଭବ ମହାନ୍ତି (Anubhav mohanty) , ସୋସିଆଲ ମିଡିଆ ରେ ଲୋକେ ଦେଖି ଏମିତି …. ଦେଖନ୍ତୁ ଭିଡିଓ

ଓଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ଠାରୁ ବେଶ୍ ଭଲ ପାଇବା ପାଇଛନ୍ତି ଅନୁଭଵ। ତେବେ ଦୀର୍ଘ ଦିନ ହେବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହ ପାରିବାରିକ ବିବାଦ କୁ ନେଇ ମଧ୍ୟ ଅନୁଭଵ ବେଶ୍ ଚର୍ଚ୍ଚାରେ ଅଛନ୍ତି। ତେବେ ଏହାରି ଭିତରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଅନୁଭଵ ଙ୍କ ଏକ ଭିଡିଓ। ଯାହା ଦେଖିଲେ ଆପଣ ତାଙ୍କର ପ୍ରଶଂସା ନ କରି ରହିପାରିବେ ନାହିଁ। ତେବେ କଣ ରହିଛି ସମ୍ପୁର୍ଣ୍ଣ ଖବର ଆସନ୍ତୁ ଜାଣିବା।

ତେବେ ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ସଫଳ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି। ଅନେକ ଗୁଡ଼ିଏ ସିନେମାରେ ଜବରଦସ୍ତ ଅଭିନୟ କରି ସେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ଓଡ଼ିଶାରେ ତାଙ୍କର ବେଶ୍ ଫ୍ୟାନ ଫଲୋଇଙ୍ଗ୍ ରହିଛି।
ଯଦିଓ ଗତ କିଛି ବର୍ଷ ହେବ ଅନୁଭଵ ଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳୁନାହିଁ ହେଲେ ଏବେ ବି ମଧ୍ୟ ତାଙ୍କର ଲୋକପ୍ରିୟତା କମି ନାହିଁ।

ଏବେ ବି ଦର୍ଶକ ମାନେ ତାଙ୍କର ସିନେମା ଦେଖିବାକୁ ଚାହିଁ ରହିଛନ୍ତି। ଅନୁଭବ ଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳୁନଥିଲେ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଅଛନ୍ତି ଅନୁଭଵ। ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଅନୁଭବ ମହାନ୍ତି ଙ୍କର ଏକ ଭିଡିଓ। ଯାହା ଦେଖିବା ପରେ ସୋସିଆଲ ମିଡ଼ିଆ ୟୁଜର ମାନେ ତାଙ୍କର ବେଶ୍ ପ୍ରଶଂସା କରୁଛନ୍ତି।

ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଯେ, ଅନୁଭଵ ନିଜେ ଖାଇସାରିବା ପରେ ନିଜର ବାସନ ମାଜୁଛନ୍ତି। ଏହା ସହିତ ଭିଡିଓ ରେ କହୁଛନ୍ତି ଯେ, ନିଜ କାମ ନିଜେ କରିବା ଏକ ଭଲ ଅଭ୍ୟାସ। ଅନୁଭବ ଏତେ ବଡ଼ ଷ୍ଟାର ହୋଇ ମଧ୍ୟ ତାଙ୍କର ଏଭଳି ସରଳ ଚାଲି ଚଳଣି କୁ ବେଶ୍ ପସନ୍ଦ କରିଛନ୍ତି ୟୁଜର ମାନେ। ଏହି ଭିଡିଓ ଦେଖିବା ପରେ ଅନୁଭଵ ଙ୍କର ବେଶ୍ ପ୍ରଶଂସା ମଧ୍ୟ କରୁଛନ୍ତି ତାଙ୍କର ଫ୍ୟାନ୍ସ ମାନେ।

ତେବେ କିଛି ୟୁଜର ବର୍ଷା ଙ୍କ ବିନା ଅନୁଭବ ଙ୍କ ଅବସ୍ଥା ଏମିତି ହୋଇଥିବା କମେଣ୍ଟ କରିଛନ୍ତି। ତେବେ ଯାହାବି ହେଉନା କାହିଁକି ଅନୁଭଵ ଙ୍କର ଏହି ଭିଡିଓ ପ୍ରମାଣିତ କରୁଛି ଏତେ ବଡ ଷ୍ଟାର ହୋଇ ମଧ୍ୟ ଅନୁଭଵ ହୃଦୟରୁ ଜଣେ ସରଳ ମଣିଷ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *