Breaking News

(Breaking News) ରେଳ ବିଭାଗର ନୂଆ ନିୟମ: ଟ୍ରେନ ବିଳମ୍ବ ହେଲେ ଯାତ୍ରୀ ଙ୍କୁ ମିଳିବ ମାଗଣା ଖାଇବା … ଦେଖନ୍ତୁ

ପ୍ରତିଦିନ ଟ୍ରେନ ରେ ଅନେକ ଯାତ୍ରୀ ଯିବା ଆସିବା କରନ୍ତି। ହେଲେ କିଛି ସମୟରେ ଏଭଳି ପରିସ୍ଥିତି ଉପୁଜେ କି ଟ୍ରେନ ବିଳମ୍ବ ରେ ପ୍ଲାଟଫର୍ମ ରୁ ଛାଡେ ବା ଗନ୍ତବ୍ୟ ସ୍ଥଳରେ ବିଳମ୍ବରେ ପହଞ୍ଚେ। ଏଭଳି ପରିସ୍ଥିତି ରେ ଯାତ୍ରୀ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ତେବେ ଏହି ପରିସ୍ଥିତି କୁ ଦୃଷ୍ଟିରେ ରଖି ଯାତ୍ରୀ ମାନଙ୍କ ସୁବିଧା ପାଇଁ ଏବେ ନୂତନ ନିୟମ ଜାରି କରିଛି ଭାରତୀୟ ରେଳ ବିଭାଗ। ଏଣିକି ଟ୍ରେନ ପହଞ୍ଚିବା ବିଳମ୍ବ ହେଲେ ଯାତ୍ରୀ ମାନଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା।

ଏମିତିକି ଏଣିକି ବିଳମ୍ବ ରେ ରେଳ ପହଞ୍ଚିଲେ ମିଳିବ ମାଗଣା ଖାଦ୍ୟ। ପ୍ରତିଦିନ ହଜାର ହଜାର ଲୋକ ଟ୍ରେନ ରେ ଯାତ୍ରା କରନ୍ତି। ହେଲେ ବିଭିନ୍ନ ସମୟରେ ଟ୍ରେନ ବିଳମ୍ବରେ ଆସୁଥିବାରୁ ଲୋକ ମାନଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡେ। ଯଦି ଆପଣଙ୍କ ସହ ବି ଏଭଳି ଅସୁବିଧା ହେଉଛି ତେବେ ଆପଣଙ୍କୁ ମାଗଣାରେ ଖାଦ୍ୟ ପ୍ରଦାନ କରିବ ଭାରତୀୟ ରେଳ ବିଭାଗ।

ଟ୍ରେନ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଚାଲୁ ଥିଲେ ଆଇଆରଟିସି ପକ୍ଷରୁ ଯାତ୍ରୀ ମାନଙ୍କୁ ଖାଦ୍ୟ ଓ ଥଣ୍ଡା ପାନୀୟ ପ୍ରଦାନ କରାଯିବ। ଆଉ ସବୁଠୁ ବଡ଼ କଥା ହେଲା ଏହି ଖାଦ୍ୟ ଆପଣଙ୍କୁ ଆଇଆରଟିସି ପକ୍ଷରୁ ସଂପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ। ଭାରତୀୟ ରେଳବାଇ ନିୟମ ଅନୁଯାୟୀ ଟ୍ରେନ ବିଳମ୍ବ ହେଲେ ଯାତ୍ରୀ ମାନଙ୍କୁ କ୍ୟାଟରିଂ ନୀତି ଅନୁସାରେ ଜଳଖିଆ ଓ ଭୋଜନ ଯୋଗାଇ ଦିଆଯିବ।

ଏଭଳି ସ୍ଥିତିରେ ଆପଣ ଏ ବିଷୟରେ ଅବଗତ ଥିଲେ ଏହି ଏହି ଅଧିକାରର ଲାଭ ଉଠାଇ ପାରିବି। ଆଇଆରଟିସି ର ନିୟମ ଅନୁଯାୟୀ, ଯଦି ଟ୍ରେନ ଦୁଇ ଘଣ୍ଟା କିମ୍ବା ତା ଠାରୁ ଅଧିକ ବିଳମ୍ବ ରେ ପହଞ୍ଚେ ତେବେ କେବଳ ମାଗଣା ମିଲ ସୁବିଧା ପ୍ରଦାନ କରାଯିବ। ଆଇଆରଟିସି ପକ୍ଷରୁ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନରେ ଭାତ, ଡାଲି ଓ ଆଚାର ପ୍ୟାକେଟ ଯୋଗାଇ ଦିଆଯିବ।

ଏସବୁ ନଥିଲେ ପୁରୀ, ମିକ୍ସ ଭେଜ୍, ଆଚାର ପ୍ୟାକେଟ୍ ଓ ଲୁଣ ଦିଆଯିବ। ଅନ୍ୟପକ୍ଷରେ, ଯାତ୍ରୀ ମାନଙ୍କୁ ଜଳଖିଆ ପାଇଁ ଚା କିମ୍ବା କଫି ଓ ଦୁଇଟି ବିସ୍କୁଟ ମଧ୍ୟ ଦିଆଯାଏ। ସେହିଭଳି ସନ୍ଧ୍ୟା ରେ ଚା କିମ୍ବା କଫି ଓ ଚାରୋଟି ପାଉଁରୁଟି ସହିତ ଏକ ବଟର ଯୋଗାଇ ଦିଆଯିବ। କେବଳ ଏକ୍ସପ୍ରେସ ଟ୍ରେନ ର ଯାତ୍ରୀ ମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *