ରାସ୍ତାରେ ବାଇକ୍ କିମ୍ବା ସ୍କୁଟର ଚଳେଇବା ସମୟରେ ଆମକୁ ବିଭିନ୍ନ ପ୍ରକାର ଟ୍ରାଫିକ ନିୟମର ପାଳନ କରିବାକୁ ପଡେ। ଏଥିରୁ କିଛି ନିୟମ ଗାଡି ଚଳାଇବାକୁ ନେଇ ରହିଛି ତ ଆଉ କିଛି ନିୟମ ଗାଡି କାଗଜପତ୍ର କୁ ନେଇ ରହିଛି। କିନ୍ତୁ ବହୁତ୍ କମ୍ ଲୋକ ହୁଏତ ଜାଣିଥିବେ ଡ୍ରେସ୍ କୋଡ କୁ ନେଇ ଥିବା ଟ୍ରାଫିକ ନିୟମ ବିଷୟରେ।
ଆପଣ ମାନେ ରୋଡ ରେ ଅନେକ ଲୋକଙ୍କୁ ସର୍ଟସ୍ ଓ ଚପଲ ପିନ୍ଧି ଟୁ ହ୍ୱିଲର ଚଳାଉଥିବାର ଦେଖିଥିବେ। ହେଲେ ଆପଣ ଜାଣିଲେ ଆଶ୍ଚର୍ୟ୍ଯ ହେବେ ଯଦି ଆପଣ ଏଭଳି କରୁଛନ୍ତି ତେବେ ଆପଣଙ୍କୁ ଦେବାକୁ ପଡ଼ିପାରେ ଫାଇନ। ତେବେ କଣ ରହିଛି ସଂପୂର୍ଣ୍ଣ ନିୟମ ଆସନ୍ତୁ ଜାଣିବା ।
ମୋଟର ଭେଇକିଲ ଆକ୍ଟ ଅନୁଯାୟୀ, ଆପଣଙ୍କୁ ସଡ଼କରେ ମୋଟର ସାଇକେଲ ଚଳାଇବା ପାଇଁ ଏକ ନିଶ୍ଚିତ ପୋଷାକ ପିନ୍ଧିବା ଅନିବାର୍ଯ୍ୟ। ଯେଉଁଥିରେ ଫୁଲ ଫ୍ୟାଣ୍ଟ , ସାର୍ଟ ଓ ଫୁଲ ସୁଜ ପିନ୍ଧିବା ମଧ୍ୟ ଦରକାର। ଯଦି ଚପଲ ବା ସ୍ଲିପର ପିନ୍ଧି ବାଇକ୍ ଚଳାଉଥିବାର ଧରାପଡନ୍ତି ତେବେ ଟ୍ରାଫିକ ପୋଲିସ ଆପଣଙ୍କୁ ୧ ହଜାର ଟଙ୍କାର ଚାଲାଣ ଧରାଇପାରେ। ସେହିପରି ବାଇକ୍ର ପଛସିଟ୍ରେ ବସିଥିବା ଆରୋହୀ ଯଦି ହାଫ୍ ପ୍ୟାଣ୍ଟ ପିନ୍ଧିଥାନ୍ତି ତେବେ ଆପଣଙ୍କୁ ୨ ହଜାର ଟଙ୍କାର ଫାଇନ ଦେବାକୁ ପଡିପାରେ।
ଏଠାରେ ଜାଣି ଯେ, ଯେତେବେଳେ ଆପଣ ମୋଟର ସାଇକେଲ ଚଲାନ୍ତି ସେତେବେଳେ ଆପଣଙ୍କ ପାଦ ଆଡଜଷ୍ଟ ପାଇପ ଓ ଇଞ୍ଜିନ ଙ୍କ ସାଇଡ ରେ ରହିଥାଏ। ସର୍ଟସ ପିନ୍ଧିବା କାରଣରୁ ଆପଣଙ୍କ ପାଦ ମୋଟର ସାଇକେଲ ର ଇଞ୍ଜିନ ଏବଂ ରିଦ୍ୟୁସନ୍ ର ସଂସ୍ପର୍ଶରେ ଆସିଥାଏ। ଏଭଳି ହେବା ଦ୍ଵାରା ଆପଣଙ୍କ ପାଦ ଅଳ୍ପ ବହୁତ୍ ଜଳି ଯାଇପାରେ। ତେଣୁ ଟ୍ରାଫିକ ନିୟମର ଏହି ନିୟମକୁ ନିହାତି ଭାବରେ ପାଳନ କରିବା ଉଚିତ୍।
ସେହିଭଳି ସଡ଼କରେ ଯାତାୟାତ ସମୟରେ ଟ୍ରାଫିକ ସିଗ୍ନାଲର ପାଳନ କରନ୍ତୁ। ୟଦି ଟ୍ରାଫିକ ନିୟମ ପାଳନ ନ କରନ୍ତି କୌଣସିପ୍ରକାର ବଡ ଦୁର୍ଘଟଣାର ଶିକାର ହୋଇପାରନ୍ତି। ଏଥିରେ ଟ୍ରାଫିକରେ ଯଦି ଲାଲବତୀ ଉଲ୍ଲଂଘନ କରନ୍ତି ତେବେ ୧ ହଜାର ଟଙ୍କାରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟିପାରେ। ଏପରି କରି ୬ ମାସରୁ ୧ ମାସ ଜେଲ ମଧ୍ୟ ଯିବାକୁ ପଡିପାରେ।