ନିକଟରେ ସୋସିଆଲ ମିଡିଆରେ ଗୋଟିଏ ଛୋଟ ଝିଅ ର ଭିଡ଼ିଓ ଖୁବ୍ ଜୋର୍ ରେ ଭାଇ ରାଲ୍ ହେବାରେ ଲାଗିଛି।ଝିଅ ଟି ଅଙ୍ଗନୱାଡ଼ି ରେ ପାଠ ପଢୁଛି ।ଆଉ କୁନି ଭଏସ ରେ ସେ ସମ୍ବଲପୁରୀ ଭାଷା ରେ କଥା କହୁଛି।ହେଲେ ତା ର କଥା ଶୁଣିଲେ ଯେ କେହି ବି ବିମୋହିତ ହୋଇଯିବ। ଏତେ ଛୋଟ ବୟସରୁ ସେ ବହୁତ୍ କଥା କହୁଛି ଯାହାକୁ ଶୁଣି ଅଙ୍ଗନୱାଡ଼ି ର ଦିଦି ମଧ୍ୟ ତାକୁ ବହୁତ୍ ଭଲ ପାଉଛନ୍ତି।ଏହି ଭିଡ଼ିଓ ଟି କୁ ବନେଇ କେହି ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ।ଆଉ ସେହି ଭିଡ଼ିଓ ଟି ସମସ୍ତଙ୍କୁ ବହୁତ୍ ପସନ୍ଦ ଆସିଛି।
ଆଉ ସେହି କୁନି ଝିଅ ର ଭିଡ଼ିଓ ଟି ରାତା ରାତି ଫେମସ୍ ହୋଇ ଯାଇଛି।
ତେବେ ଭିଡ଼ିଓ ରେ ଶିକ୍ଷୟିତ୍ରୀ ପିଲା ମାନଙ୍କୁ ପାଠ ପଢ଼ାଉଛନ୍ତି। ଏବଂ ସବୁ ପିଲା ବସି ପାଠ ଲେଖୁଛନ୍ତି ।ଏହି କୁନି ଝିଅ ଟିକୁ ମଧ୍ୟ ଶିକ୍ଷୟିତ୍ରୀ ଅ ଲେଖିବା ପାଇଁ ଦେଇଥିଲେ ହେଲେ ସେ ଲେଖିନାହିଁ।ଆଉ ଯେତେବେଳେ ଶିକ୍ଷୟିତ୍ରୀ ତାକୁ ପାଠ ଦେଖାଇବା ପାଇଁ ପାଖକୁ ଡାକିଥିଲେ ସେତେବେଳେ ସେ ଶିକ୍ଷୟିତ୍ରୀ ଙ୍କୁ ଦେଖି କାଳେ ମାରିବେ ଭାବି କାନ୍ଦିବାରେ ଲାଗିଥିଲା ।ଶିକ୍ଷୟିତ୍ରୀ ଦେଖି ତାକୁ ପଚାରୁଛନ୍ତି କାହିଁକି କାନ୍ଦୁଛୁ ଆଉ ପାଠ କାହିଁକି କରିନୁ ।ହେଲେ କୁନି ଝିଅ ଟି କାନ୍ଦ କାନ୍ଦ ଭଏସ ରେ କହୁଛି ମୋତେ ଲାଗିଲା ତମେ ମାରିବ ମୋତେ ।
ଆଉ ସେଥିପାଇଁ ଭାବିକି ମୋତେ କାନ୍ଦ ଲାଗୁଛି।ସେଠୁ ଶିକ୍ଷୟିତ୍ରୀ ସେ କୁନି ଝିଅ କୁ କହୁଛନ୍ତି ତୋତେ ମୁଁ ମାରିବିନି ।କୁନି ଝିଅ ଟି କହୁଛି ମୋତେ ମାରନି ମୁଁ ପାଠ ପଢିବି ଆଉ ଚାକିରି କରିବି ପଇସା ଇନ୍କମ୍ କରିବି ସେହି ପଇସା ରେ କୁରକୁରେ ଖାଇବି ଆଉ ଆଇସକ୍ରିମ ଖାଇବି।ଆଉ ତମେ ମୋ କଥା ଟିକେ ଶୁଣ ମୁଁ ମୂର୍ଖ ହେବିନି ମୂର୍ଖ ହେବା ପିଲା ଗାଈ ଚରାନ୍ତି ହେଲେ ମୁଁ ପାଠ ପଢିବି ।ସେଠୁ ଶିକ୍ଷୟିତ୍ରୀ କହୁଛନ୍ତି ହଁ ମୂର୍ଖ ହେଲେ ଗାଈ ଚରେଇବୁ ସେଥିପାଇଁ ଯା ପାଠ କରିକି ଆଣିବୁ ।ସତରେ କୁନି ଝିଅ ଟି ର କାନ୍ଦ କାନ୍ଦ କଣ୍ଠ ସ୍ୱର ରେ ଏହି କଥା ହୃଦୟ କୁ ଛୁଇଁ ଯାଉଛି।ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡିଆରେ ମୁଖ୍ୟ ଆକର୍ଷଣ ସାଜିଛି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।