Breaking News

YouTube ଦେଖି କମାଲ କଲେ ମହେଶ୍ଵର ! ବିନା ବିଜୁଳି ରେ ବିଲକୁ ପହଞ୍ଚାଇଲେ ପାଣି … ଦେଖନ୍ତୁ ଭିଡିଓ

ବିନା ପାଣିରେ ଚାଷ ସମ୍ଭବ ନୁହେଁ। ଠିକ୍ ପରିମାଣରେ ପାଣି ପାଇଲେ ଜମିରେ ଖୁବ୍ ଭଲ ଅମଳ ହୋଇଥାଏ। କିଛି ଚାଷୀ ନିଜ ଚାଷ ଜମିରେ ପାଣି ମଡାଇବାକୁ ବିଦ୍ୟୁତ୍ ଚାଳିତ ମଟର ର ବ୍ୟବହାର କରନ୍ତି। ହେଲେ ଆମ ରାଜ୍ୟରେ ଏଭଳି ବି ଅନେକ ସ୍ଥାନ ଅଛି ଯେଉଁଠି ବିଦ୍ୟୁତ୍ ର ସୁବିଧା ନାହିଁ। ସେଭଳି ସ୍ଥାନରେ ଚାଷୀ ମାନେ ଚାଷ ଜମିରେ ପାଣି ଟିକେ ପାଇଁ ବର୍ଷା ଉପରେ ନିର୍ଭର କରି ରୁହନ୍ତି। ଅଥବା ଅନେକ ବାଟରୁ ପାଣି ବୋହି ନେଇ ଚାଷ ଜମିରେ ଦିଅନ୍ତି।

ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଚାଷୀ ଙ୍କ ବିଷୟରେ କହିବୁ ଯାହାଙ୍କ ନିଆରା ଉଦ୍ଭାବନ ଅନେକ ଚାଷୀ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବ। ଚାଷୀ ମାନେ ଆଉ ବର୍ଷା ଉପରେ ନିର୍ଭର କରି ନ କରି କିମ୍ବା ବିନା କୌଣସି ବିଦ୍ୟୁତ୍ ଚାଳିତ ମଟର ର ବ୍ୟବହାର ରେ ନିଜ ଜମିରେ ଅତି ସହଜରେ ପାଣି ଦେଇପାରିବେ।

ଆପଣ ଶୁଣି ଭାବୁଥିବେ ଏହା କିଭଳି ଭାବରେ ସମ୍ଭବ। ହେଲେ କଥାରେ କିଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଏଭଳି କିଛି ଅସମ୍ଭବ ଲାଗୁଥିବା କାର୍ଯ୍ୟ କୁ ସମ୍ଭବ କରି ଦେଖାଇଛନ୍ତି ସମ୍ବଲପୁର ଜିଲ୍ଲାର ଚାଷୀ ମହେଶ୍ୱର ବିଂଝାଲ। କେବଳ ଗୋଟିଏ ଟିଣ ଡ୍ରମ , କିଛି ପ୍ଲାଷ୍ଟିକ ପାଇପ, ଅଠା ଓ ପ୍ଲାଷ୍ଟିକ ଟ୍ୟୁବ୍ ର ସାହାଯ୍ୟ ରେ ଏକ ଦେଶୀ ଯୋଗାଡ ମାଧ୍ୟମରେ ନିଜ ଜମିରେ ଅତି ସହଜରେ ପାଣି ଦେଉଛନ୍ତି ମହେଶ୍ୱର।

ମହେଶ୍ବର ଙ୍କ ଚାଷ ଜମିକୁ ଲାଗି ରହିଛି ଏକ କୂଅ। କୂଅ ପାଖରେ ଏକ ପାଣି ଡ୍ରମ ରଖି ଦୁଇ ପଟେ ଦୁଇଟି ପାଇପ୍ ଖଞ୍ଜା ଯାଇଛି। ଗୋଟିଏ ପାଇପ ରେ ପାଣି କୂଅରୁ ଉଠିବ ଆଉ ଗୋଟିଏ ପାଇପ ରେ ପାଣି ବିଲକୁ ମାଡ଼ିବ। ଆଉ ଏହାରି ଭିତରେ ଲୁଚି ରହିଛି କୌଶଳ। ଏକ କାହାଳୀ ବାଟ ଦେଇ ଡ୍ରମ ଭିତରକୁ ପାଣି ଫୁଲ କରାଯାଇ କୂଅ ଭିତରେ ଥିବା ପାଇପ ପର୍ଯ୍ୟନ୍ତ ପାଣି ଦିଆଯାଉଛି। ସେତିକିରେ ଯୋଗାଡ ଶେଷ।

ବିଲ ପଟକୁ ଯେଉଁ ପାଇପ ଲମ୍ବିଛି ସେଠି ଟ୍ୟାପ ମୋଡ଼ିଲେ ବିଲକୁ ପାଣି ମାଡ଼ୁଛି। ୟୁ ଟ୍ୟୁବ୍ ରେ ଏକ ଭିଡିଓ ଦେଖିବା ପରେ ସେହି ପଦ୍ଧତି ର ବ୍ୟବହାର କରି ମହେଶ୍ୱର ନିଜ କୂଅରୁ ପାଣି କାଢି ସିଧା ନିଜ ଜମିରେ ସେଚନ କରୁଛନ୍ତି। ଆଉ ତାଙ୍କୁ କୂଅରୁ ପାଣି କାଢି ଚାଷ ଜମି ପର୍ଯ୍ୟନ୍ତ ବୋହି ନେବାକୁ ପଡୁ ନାହିଁ। ଏହି ପଦ୍ଧତିର ବ୍ୟବହାର କରି ମହେଶ୍ୱର ବାଇଗଣ, ଟମାଟୋ ଓ ପିଆଜ ଆଦି ଚାଷ କରୁଛନ୍ତି।।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *